ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : କଂଗ୍ରେସରୁ ଇସ୍ତଫା ଦେବା ପରେ ପ୍ରଦୀପ ମାଝୀ ବିଜେଡିରେ ମିଶିବେ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି । ତେବେ ସେ ଭୁବନେଶ୍ଵରରେ ନୁହେଁ ବରଂ ନବରଙ୍ଗପୁରଠାରେ ଦଳରେ ବିଧିବଦ୍ଧ ଭାବେ ସାମିଲ ହେବେ ବୋଲି ଜଣାପଡ଼ିଛି । ଆସନ୍ତା ନଭେମ୍ବର ୬ ତାରିଖରେ ନବରଙ୍ଗପୁର ଠାରେ ନିଜ ସମର୍ଥକଙ୍କ ସହ ଏକ ସ୍ଵତନ୍ତ୍ର ମିଶ୍ରଣ ପର୍ବରେ ବିଜେଡିରେ ଯୋଗଦେବେ ଦକ୍ଷିଣ ଓଡ଼ିଶାର ସବୁଠୁ ବଡ଼ ଆଦିବାସୀ ଚେହେରା ପ୍ରଦୀପ । କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ଆଣି ଶକ୍ତି ପ୍ରଦର୍ଶନ କରିବାକୁ ପ୍ରଦୀପ ଏବଂ ତାଙ୍କର ପାଖ ଲୋକ ବର୍ତ୍ତମାନ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ତେବେ କଂଗ୍ରେସରେ ରହି ପ୍ରଦୀପ ଲୋକଙ୍କ ପାଇଁ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିପାରୁ ନାହାନ୍ତି ବୋଲି ସୂଚନା ଦେଇଥିଲେ। ସେ ବିଜେଡିରେ ମିଶି ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ବିଜେଡି ଓଡିଶା ବାସୀଙ୍କ ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟକରୁଛି ତେଣୁ ସେ ଦଳରେ ରହି ଲୋକ ଆଭିମୁଖ୍ୟ କାର୍ଯ୍ୟକରିବାକୁ ମନସ୍ତ କରିଛନ୍ତି।