ସନଷ୍ଟାର ଟିଭି ବ୍ୟୁରୋ
ବରୀ : ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବେ ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକ। ଆଜି ଦିନ ୧୦ ଟା ସମୟରେ ବିଜେଡି ପାର୍ଟି ଅଫିସରେ ବରୀ ବ୍ଲକର ଚ୍ୟାୟାରମ୍ୟାନ , ଭାଇସ ଚ୍ୟାୟାରମ୍ୟାନ , ଜିଲାପରିଷଦ, ୩୫ରୁ ଉର୍ଦ୍ଧ୍ବ ସରପଞ୍ଚ- ସମିତି ସଭ୍ୟ ଏବଂ ଶତାଧୀକ କର୍ମୀଙ୍କ ସହ ବିଜେଡିରେ ମିଶିବେ ବିଶ୍ବରଞ୍ଜନ। ତେବେ ତାଙ୍କର ବିଜେଡିରେ ମିଶିବା ପଛରେ ବରୀ ଲୋକମାନଙ୍କର ସ୍ବାର୍ଥ ରଖି ସେ ଏହି ଦଳରେ ମିଶିବାକୁ ଯାଉଛନ୍ତି।
ବରୀ ଅଞ୍ଚଳରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକରିବା ପାଇଁ ସେ ବିଜେଡିରେ ଯୋଗ ଦେବାକୁ ଚାହୁଁଛି। ଗମନାଗମନ ,ମେଡିକାଲର ବିକାଶ,କଲେଜର ବିକାଶ ଓ ରତ୍ନଗିରିର ବିକାଶ ପାଇଁ ବିଜେଡ଼ି ସରକାରଙ୍କ ପ୍ରତିଶ୍ରୁତି ରଖିଛି । ବିଜେପି ଦଳରେ ଗ୍ରହଣୀୟତା ନଥିବା ଅନୁଭବ କରି ମୁଁ ବିଜେପି ଛାଡ଼ିଛି। ବିଜେପି ଦଳ ଭିତରେ କନ୍ଦଳ ସୃଷ୍ଟି ହୋଉଥିବାରୁ ଏହି ଦଳରେ ରହି କିଛି ବିକାଶ ହୋଇ ପାରୁ ନାହିଁ। କେଉଁ ନେତାଙ୍କର କାହା ସହିତ ତାଳ ମେଳ ରହୁନି । ଏଥି ପାଇଁ ବିଜେପି ଛାଡିଛି।
ସୂଚନାଯୋଗ୍ୟ ଗତ ୨୦ ତାରିଖରେ ୨୦୧୯ ବିଧାନସଭା ନିର୍ବାଚନରେ ବରୀ ଆସନରୁ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିଥିବର ବିଶ୍ୱରଞ୍ଜନ ମଲ୍ଲିକଙ୍କ ସମେତ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା ,ବରୀ ବ୍ଲକ ଉପାଧ୍ୟକ୍ଷ ରମେଶ ଭଞ୍ଜ ବିଜେପି ଦଳ ଛାଡିଥିଲେ। ଏହା ସହ ବରୀ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତ ସାମଲ ବି ଇସ୍ତଫା ଦେଇଥିଲେ। କିଛି ଦିନ ପୂର୍ବରୁ ଯାଜପୁର ଜିଲ୍ଲାର ୬ ବିଜେପି ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡ଼ିଥିଲେ ।