ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: କନ୍ନଡ ସୁପରଷ୍ଟାର ପୁନ୍ନିତ ରାଜକୁମାର ପରଲୋକ। ଅକ୍ଟୋବର ୨୯ ତାରିଖ ଶୁକ୍ରବାର ଦିନ ସାଂଘାତିକ ହୃଦ୍ଘାତ ହେତୁ ଦେହାନ୍ତ ହୋଇଛି। ଖବରଅନୁସାରେ ଅଭିନେତା ତାଙ୍କ ଜିମରେ କାମ କରୁଥିବାବେଳେ ହଠାତ୍ ଖସିପଡି ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ପୁନ୍ନିତଙ୍କୁ ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଚିକିତ୍ସିତ ହେଉଥିଲେ। ସେହି ସମୟରେ ତାଙ୍କୁ ୪୬ ବର୍ଷ ହୋଇଥିଲା। ଏବଂ ତାଙ୍କର ହ୍ସପିଟାଲରେ ମୃତ୍ୟ ହୋଇଛି। ତାଙ୍କର ପର ଲୋକରେ କର୍ଣ୍ଣାଟକ ସିଏମ ଦୁଃଖ ପ୍ରକାଶ କରିଛନ୍ତି।