ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଶରୀରରେ ୟୁରିକ୍ ଏସିଡ୍ ସ୍ତର ବୃଦ୍ଧି ପାଇବାର ପ୍ରଥମ କାରଣ ହେଉଛି ଲୋକମାନଙ୍କର ଖାଦ୍ୟପେୟ । ୟୁରିକ୍ ଏସିଡ୍ ଶରୀରରୁ ବାହାରୁଥିବା ଏକ ଅବଶେଷ ଉତ୍ପାଦ ଯାହା ଅଧିକ ହେଲେ ଶରୀରର କ୍ଷତି କରିଥାଏ । ଆଜିର ସମୟରେ ଦେଶରେ ଉଚ୍ଚ ସ୍ତରର ୟୁରିକ୍ ଏସିଡ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପୂର୍ବରୁ ଏହି ସମସ୍ୟା ବୟସ୍କମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ଯୁବାବସ୍ଥାରେ ଥିବା ଲୋକମାନେ ଏହି ସମସ୍ୟା ଦେଇ ଗତି କରୁଛନ୍ତି । ସେଥିପାଇଁ ସେମାନେ ବିଶେଷଜ୍ଞଙ୍କ ଠାରୁ ଏ ରୋଗ ବିଷୟରେ ଅଧିକ ଜାଣିବା ପାଇଁ ଚାହୁଁଛନ୍ତି ।
ତେବେ ଏହା କାହିଁକି ହୁଏ-
ସାଧାରଣତଃ ୟୁରିକ୍ ଏସିଡ୍ ଅଧିକ ମାତ୍ରା ଲୋକମାନଙ୍କ ରକ୍ତରେ ଦେଖାଦିଏ । ଯେତେବେଳେ ଲୋକମାନଙ୍କର ଡାଏଟ୍ରେ ମ୍ୟୁରିନଯୁକ୍ତ ଖାଦ୍ୟ ବୃଦ୍ଧି ପାଏ , ଅଧିକ ମଦ୍ୟ ସେବନ କରୁଥିବା ବ୍ୟକ୍ତି ଓ ଓଜନ ବୃଦ୍ଧି ଉପରେ ଧ୍ୟାନ ନରଖିଲେ ରକ୍ତରେ ଏହାର ମାତ୍ରା ବୃଦ୍ଧି ପାଏ ଓ ୟୁରିକ୍ ଏସିଡ୍ର କ୍ରିଷ୍ଟଲ୍ସ ଜଏଣ୍ଟ୍ ସ୍ଥାନରେ ଜମା ହୋଇଯାଏ । କିନ୍ତୁ ୟୁରିକ୍ ଏସିଡ୍ ବୃଦ୍ଧି ପାଇବାର ଅନେକ କାରଣ ଥାଏ ଯେପରି ରେଡ୍ ମିଟ୍ , ଅର୍ଗାନ ମିଟ୍ , ସମୁଦ୍ର ଖାଦ୍ୟ , ବିନ୍ସ ଓ ଲେମ୍ୟୁମ୍ବର ସେବନ । କିଡନୀ ରୋଗଗ୍ରସ୍ତ ରୋଗୀମାନଙ୍କ ମଧ୍ୟରେ ଏହି କେମିକାଲ୍ର ମାତ୍ରା ଅଧିକ ଥାଏ। ତେବେ ବିଶେଷଜ୍ଞଙ୍କ ମତଅନୁସାରେ ମେଟାବୋଲିଜ୍ ସହିତ ଜଡ଼ିତ ରୋଗଗୁଡ଼ିକ ଯେପରି ହାଇପୋଥାଇରଏଡିଜ୍ , ହାଇପରକୋଲେଷ୍ଟ୍ରଲ , ଡାଇବେଟିସ୍ , ଉଚ୍ଚ ରକ୍ତଚାପ ଦ୍ୱାରା ଗ୍ରସ୍ତ ରୋଗୀମାନଙ୍କ ମଧ୍ୟରେ ୟୁରିକ୍ ଏସିଡ୍ର ସ୍ତର ବୃଦ୍ଧି ହୋଇଥାଏ । ସେପରି ଯେଉଁ ଲୋକମାନେ କେମୋଥେରାପୀ ଓ ରେଡିଓଥେରାପୀ ଚିକିତ୍ସାରେ ଅଛନ୍ତି ସେମାନଙ୍କୁ ହାଇ ୟୁରିକ୍ ଏସିଡ୍ ପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ତେବେ ବର୍ତ୍ତମାନ ଏହି ରୋଗ ପିଲାମାନଙ୍କ ଠାରେ ଦେଖିବାକୁ ମିଳୁଛି। ଯଦି ଏବେ ଠାରୁ ଏହାକୁ ନ ରୋକା ଯାଏ ଏହା ଆଗକୁ ଯାଇ ସ୍ବାସ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ ହୋଇପଡିବ।