ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଲେ ଆମ ଆଦମୀ ପାର୍ଟି ର ଓଡିଶା ରାଜ୍ୟ ପ୍ରଭାରୀ ଓ ରାଜ୍ୟ ସଭା ସାଂସଦ ସଞ୍ଜୟ ସିଂ । ଏହା ସହ ଭକ୍ତ ସାଳବେଗ ପୀଠ ଠାରେ ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସବୁଠାରୁ ବଡ଼ କଥା ହେଲା ଆଗାମୀ ଦିନ ମାନଙ୍କରେ ଆମ ପାର୍ଟି ଲୋକଙ୍କ ପାଖରେ ପହଁଚିବ ଓ ଲୋକଙ୍କ ସମସ୍ୟା ସମାଧାନ ହେବା ସହ ଆଗାମୀ ଦିନ ନିର୍ବାଚନ ପାଇଁ ପ୍ରାର୍ଥୀ ମଧ୍ୟ ପ୍ରସ୍ତୁତ ହେଉଛି । ଗଣମାଧ୍ୟମଙ୍କ ପାଖରେ ସେ ତାଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ କି ଓଡିଶା ସରକାର ଓଡିଶା ଲୋକଙ୍କ ପ୍ରତି ଅତ୍ୟାଚାର ସୃଷ୍ଟି କରୁଛନ୍ତି। ଯାହା ଫଳରେ ସାଧାରଣ ଓ ଗରିବ ଲୋକମାନେ ଏଥିରେ ପ୍ରଭାବିତ ହେଉଛନ୍ତି । ଦିଲ୍ଲୀ ସରକାର ଲୋକଙ୍କ ପାଇଁ କାମ କରୁଛି କିନ୍ତୁ ଓଡିଶାରେ ଓଡିଶା ସରକାର ଲୋକ ମାନଙ୍କୁ ଶୋଷଣ କରୁଛନ୍ତି। ଯେଉଁଥି ପାଇଁ ଆଜି ନାରୀ ମାନେ ଓଡିଶାରେ ସୁରକ୍ଷିତ ରହୁନାହାନ୍ତି। ଏ ଅପାରଗତ ସରକାର ନାରୀ ମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହେଉଛି ବୋଲି ଆମ ଆଦମୀ ପାର୍ଟି କର୍ମୀ ସମ୍ମିଳନୀ ରେ ରାଜ୍ୟସଭା ସାଂସଦ ଓ ଓଡିଶା ପ୍ରଭାରୀ ସଞ୍ଜୟ ସିଂହ କହିଛନ୍ତି । ଆଗାମୀ ଦିନରେ ଓଡ଼ିଶାରେ ପଞ୍ଚାୟତ, ଜିଲ୍ଲାପରିଷଦ, ବିଧାୟକ ଓ ଲୋକସଭା ପାର୍ଥି ପାଇଁ ପ୍ରସ୍ତୁତ କରାଯାଉଛି । ଲୋକଙ୍କ ସମସ୍ୟା ନେଇ ଲୋକଙ୍କ ନିକଟରେ ଆମ ଆଦମୀ ପାର୍ଟି ପହଞ୍ଚିବ । ଏହାସହ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯିବ ।