ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଜଧାନୀରୁ ଉଦ୍ଧାର ହୋଇଛି ବିରଳ ବାୟୁ ପିଟ୍ ଭାଇପର ବା ଡାଳୁଆ ବୋଡା ସାପ । ବାପୁଜୀ ନଗର ମୁଖ୍ୟ ରାସ୍ତାରେ ଥିବା ଏକ ଛୋଟ ବାଦାମ ଗଛ ଚାରିପଟେ ଲାଗିଥିବା ଗାବିଅନ ବାଡ ଉପରେ ବସିଥିବା ବେଳେ ସାପଟିକୁ ଉଦ୍ଧାର କରାଯାଇଛି । ବାପୁଜୀ ନଗର ସ୍ଥିତ ଫଣ୍ଡିଚର ଇଣ୍ଟରନ୍ୟାସନାଲ ସମାନରେ ଥିବା ବାଦାମ ଗଛରେ ସବୁଜ ରଙ୍ଗର ଏହି ସାପଟିକୁ ଦେଖି ଥିଲେ। । ତେବେ ଏହି ସବୁଜ ରଙ୍ଗର ସାପଟି ସେ ଆଗରୁ ଦେଖୁଥିବା ଲାଉଡଙ୍କିଆ ସାପ ସହିତ ମିଶୁ ନଥିଲା । ଏଣୁ ଲଲିତ ସ୍ନେକ ହେଲ୍ପଲାଇନକୁ ଫୋନ କରି ଜଣାଇବା ସହ ଏହାର ଏକ ଫଟୋ ପଠାଇଥିଲେ । ସ୍ନେକ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ଭୁବନେଶ୍ୱରରୁ ଏହି ସାପ ଆଗରୁ କେବେ ହେଲେ ଉଦ୍ଧାର କରାଯାଇନଥିଲା । ଏହା ବିଷଧର । ଏହି ସାପ କାମୁଡ଼ିଲେ ଭାରତରେ ତିଆରି ହେଉଥିବା ଆଣ୍ଟି ଭେନମ କାମ କରିବ ନାହିଁ , ଏଣୁ ରୋଗୀ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ତେବେ ଏହି ସାପ କାମୁଡାରେ ଯଦିଓ ଅନେକ କ୍ଷତି ହୋଇଥାଏ କିନ୍ତୁ ମଣିଷଙ୍କର ମୃତ୍ୟୁ ଏଯାବତ ରିପୋର୍ଟ ହୋଇନାହିଁ । ଡାଳୁଆ ବୋଡା ସାପ ସାଧାରଣତଃ ଜଙ୍ଗଲିଆ ଅଞ୍ଚଳରେ ଦେଖା ଯାଇଥାନ୍ତି ଏବଂ ବାପୁଜୀନଗରରେ ଜଙ୍ଗଲ ଆଦୌ ନାହିଁ । ଭୁବନେଶ୍ୱରରେ କେବଳ ଚନ୍ଦକା ଅଞ୍ଚଳରେ ଏହି ସାପ ଦେଖାଯିବାର ସମ୍ଭାବନା ଅଛି । ସାପଟି କେଉଁଠୁ ଆସିଥିଲା ଏନେଇ ଖୋଳତାଡ କରିବା ପାଇଁ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚିଥିଲେ ।