ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଷୁଡ଼ିପଡ଼ିବା , ଶିକ୍ଷା ବ୍ୟବସ୍ଥାର ପୁନରୁଦ୍ଧାର ଏବଂ ଓଡ଼ିଶା କନିଷ୍ଠ ତରଫରୁ ବିଶାଳ ଗଣ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ହେଉଛନ୍ତି ଶିକ୍ଷକ । ଉପଯୁକ୍ତ ସଂଖ୍ୟକ ତାଲିମପ୍ରାପ୍ତ ଦକ୍ଷ ଶିକ୍ଷକଙ୍କ ବିନା ଶିକ୍ଷା ବ୍ୟବସ୍ଥାର ଉନ୍ନତି ହେବା ଅସମ୍ଭବ । ଆମ ରାଜ୍ୟରେ ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହଜାର ହଜାର ସଂଖ୍ୟାରେ ଶିକ୍ଷକ ପଦବୀ ଖାଲି ପଡ଼ିଛି । ସରକାରଙ୍କ ୫ – ଟି ଯୋଜନା ଓ ମୋ ସରକାର ସେତେବେଳେ ସଫଳ ହେବ , ଯେତେବେଳେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଘଟିବ । ଯେଉଁଥି ପାଇଁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଘଟିପାରି ନାହିଁ । କିନ୍ତୁ ୨୦୧୬ ମସିହା ପରଠାରୁ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ସରକାର ବିଜ୍ଞାପନ ବାହାର କରିନାହାଁନ୍ତି । ସଂଘର ବିଭିନ୍ନ ନିମିତ୍ତ ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ତରଫରୁ ଗତ ତା ୧୧.୧୧.୨୦୧୯,୨୯.୧୧.୨୦୧୯,୧୨.୦୨.୨୦୨୦,୧୭.୦୨.୨୦୨୦ , ୧୫.୦୧.୨୦୨୧ , ୧୭.୦୨.୨୦୨୧ ଏବଂ ୦୬.୦୯.୨୦୨୧ରିଖରେ ରାଜ୍ୟର ହଜାର ହଜାର ସିଟି , ଡି.ଇଏଲ୍.ଇଡ଼ି , ବି.ଇଡ଼ି କନିଷ୍ଠ ଶିକ୍ଷକ ଆଶାୟୀମାନେ ତଥା ତାଲିମପ୍ରାପ୍ତ ଓଟିଇଟିରେ ଉର୍ତ୍ତିଣ୍ଣ ପିଲା ତଥା ଆମ ସଂଘର ପ୍ରତିନିଧି ଦଳ ଲୋକସେବା ଭବନରେ ବିଭାଗୀୟ ଗଣଶିକ୍ଷା ମନ୍ତ୍ରୀ , ସଚିବଙ୍କୁ ଭେଟି ଦାବି ସମ୍ପର୍କରେ ଆଲୋଚନା କରିଥିଲେ । ମନ୍ତ୍ରୀ ଓ ସଚିବ ସଂଘର ଦାବି ଉପରେ ବିଚାର କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଭଳିକି ଆଜି ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଟ୍ଵିଟର ଓ ଡ଼ାକ ଜରିଆରେ ସରକାରଙ୍କ ଠାରେ ବାରମ୍ବାର ଦାବି ଉପସ୍ଥାପନ କରିଆସିଛୁ । କିନ୍ତୁ ସରକାର ଏପର୍ଯ୍ୟନ୍ତ ଆମର ଦାବି ପୂରଣ ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ଆମ ସଂଘ ଓଡ଼ିଶାର ସମସ୍ତ ଶାସକ ଦଳ ଓ ବିରୋଧୀ ଦଳର ବିଧାୟକମାନଙ୍କୁ ଏବଂ ସମସ୍ତ ଜିଲ୍ଲାପାଳମାନଙ୍କୁ ଭେଟି ସଂଘର ଦାବି ବିଷୟରେ ଜଣାଇଥିଲୁ । କିନ୍ତୁ କେହି ସଂଘର ଦାବି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ଏଭଳିକି ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ , ଭେକେନ୍ସି ନାହିଁ , ତମେ ଓଟିଇଟି ପାସ୍ କରିଥିବା କନିଷ୍ଠ ଶିକ୍ଷକ ଆଶାୟୀ ପ୍ରାର୍ଥୀମାନେ ଘରୋଇ ସ୍କୁଲ୍ରେ ଯାଇ ଋକିରୀ କର । ଯଦି ଘରୋଇ ସ୍କୁଲ୍ରେ କମ୍ ଦରମା ମିଳୁଛି ତାହେଲେ କ୍ଷେତରେ ଯାଇ ଚାଷ କର । ଆମକୁ କନିଷ୍ଠ ଶିକ୍ଷକ ହେବା ପାଇଁ ସରକାର ଶିକ୍ଷକ ତାଲିମ ଦେଇଥିଲେ , କିନ୍ତୁ ଏବେ ଚାଷ କର ବୋଲି କହୁଛନ୍ତି । ସଂଘର ଦାବି କନିଷ୍ଠ ଶିକ୍ଷକଙ୍କୁ ଚୁକ୍ତିଭିଭିକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରନ୍ତୁ ଏବଂ କନିଷ୍ଠ ଶିକ୍ଷକ ଚୁକ୍ତିଭିତ୍ତିକ ନିଯୁକ୍ତିର ବୟସସୀମା ୪୨ ବର୍ଷକୁ ବୃଦ୍ଧି କରିବାକୁ ସଂଘ ତରଫରୁ ଦାବି କରାଯାଇଛି । ଯଦି ସରକାର ଓ ବିଭାଗୀୟ ମନ୍ତ୍ରୀ ସଂଘ ପ୍ରତି ହୋଇଥିବା ଅବିଚାର ତଥ ସଂଘର ଦାବି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଆନ୍ଦୋଳନକୁ ଆହୁରି ଦୁର୍ବାର କରାଯିବ ବୋଲି ସଂଘ ତରଫରୁ ଜଣାଇ ଦିଆଯାଇଛି ।