ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆସୁଛି ଆଉ ଏକ ଲଘୁଚାପ। କାଲି ଠାରୁ ରାଜ୍ୟରେ ବର୍ଷା ହେବ। କାଲି ଠାରୁ ଆସନ୍ତା ୩ଦିନ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ହୋଇରହିଛି। ଏହି ଘୂର୍ଣ୍ଣିବଳୟ ସମୁଦ୍ରପତ୍ତନ ଠାରୁ ଦେଢ଼ କିମି ଉଚ୍ଚତାରେ ବାୟୁମଣ୍ଡଳ ପର୍ଯ୍ୟନ୍ତ ବ୍ୟାପିଛି। ପରବର୍ତ୍ତୀ ସମୟରେ ଏହା ଲଘୁଚାପର ରୂପ ନେବ ବୋଲି ଅନୁମାନ କରାଯାଉଛି।
ଲଘୁଚାପ ପ୍ରଭାବରେ ଓଡିଶା ଉପରେ ବିଶେଷ ପଡିବ ନାହିଁ। ଦକ୍ଷିଣ ଓଡିଶାର କିଛି ସ୍ଥାନ ରେ ବର୍ଷା ହୋଇପାରେ। କିନ୍ତୁ ତାମିଲନାଡୁ ଉପରେ ଅଧିକ ପ୍ରଭାବ ପକାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ଏହାର ପ୍ରଭାବରେ ୨୮ ତାରିଖରୁ ଦକ୍ଷିଣ ଓଡିଶାର କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମର ଧରଣର ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ଅନୁମାନ କରିଛନ୍ତି।