ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ରମାଦେବୀ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଛାତ୍ରୀମାନେ ଅଫଲାଇନ ପରୀକ୍ଷା ସହ ବିଭିନ୍ନ ସମସ୍ୟା କୁ ନେଇ ପ୍ରତିବାଦ ପ୍ରଦର୍ଶନ କରିଥିଲେ ଓ ମୁଖ୍ୟ ଫାଟକରେ ତାଲା ପକାଇଥିଲେ । ଦ୍ବିତୀୟ ସେମିଷ୍ଟାର ଓ ୪ ସେମିଷ୍ଟାର ପରୀକ୍ଷା ହେବ ବୋଲି ଆଜି ରମାଦେବୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଅନଲାଇନ ରେ ଠିକ ସେ ପାଠ ପଢା ହୋଇନଥିବା ବେଳେ ଏକମାସ ଭିତରେ ଇଣ୍ଟରନାଲ ରୁ ସେମିଷ୍ଟାର ପରୀକ୍ଷା ହେବାକୁ ସ୍ଥିର କରାଯାଇଛି। ତାସହ ଅଫଲାଇନ ପରୀକ୍ଷାକୁ ନେଇ ଛାତ୍ରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ କରିଥିଲେ ଓ ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ଏପରିକି କୁଳପତିଙ୍କୁ ମଧ୍ୟ ତାଲା ପକାଇବାକୁ ପଛାଇ ନଥିଲେ ଉତ୍ୟକ୍ତ ଛାତ୍ରୀମାନେ । ଏହାକୁ ନେଇ ବିଶ୍ୱବିଦ୍ୟାଳୟ ବାହାରେ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା ।