ସନଷ୍ଟାର ଟିଭି ବ୍ୟୁରୋ
ସୌନ୍ଦର୍ଯ୍ୟ: ମୁଖର କେଶ ସୌନ୍ଦର୍ଯ୍ୟ ବଢ଼ାଇବାକୁ ହେଲେ କେଶ ଏକ ମୁଖ୍ୟ ଭୂମିକା ନିର୍ବାହ କରିଥାଏ। କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ କେତୋଟି ସରଳ ଘରୋଇ ଉପଚାର ନିୟମିତ କରିବା ଉଚିତ । ସପ୍ତାହକୁ ଅନ୍ତତଃ ଥରୁଟିଏ ଏହି ଉପାୟ ଅବଲମ୍ବନ କଲେ ଏହା କେଶର ଘନତ୍ଵ ବଢ଼ାଇବା ସହ କେଶ ଝଡ଼ା କମ୍ କରିଥାଏ।
-
୨ ଚାମଚ ଖଟା ଦହିରେ ୧ ଚାମଚ ପିଆଜ ରସ ମିଶାଇ ଏହାକୁ କେଶମୂଳରେ ମାଲିସ୍ କରନ୍ତୁ । ୧୫ ମିନିଟ୍ ପରେ କେଶ ଧୋଇନେବେ । ଦେଖିବେ ଏହି ଉପଚାର କରିବା ଦ୍ବାରା ଆପଣଙ୍କର କେଶର ଘନତ୍ବ ବଢ଼ିବ।
-
ଅଣ୍ଡାର ଧଳା ଅଂଶରେ ୧ ଚାମଚ ପିଆରସ ମିଶାଇ ଏହାକୁ ଶ୍ୟାମ୍ପୁ କରିବାର ୩୦ ମିନିଟ୍ ପୂର୍ବରୁ କେଶରେ ଲଗାଇବା କେଶ ପାଇଁ ଉପକାରୀ ହୋଇଥାଏ।
-
୧ ଚାମଚ ଭୁର୍ଜଙ୍ଗ ପତ୍ର ଓ ଦହିକୁ ମିଶାଇ ପେଷ୍ଟ କରି କେଶ ମୂଳରେ ଲଗାଇ ୨୦ ମିନିଟ୍ ପରେ କେଶ ଧୁଅନ୍ତୁ । ସପ୍ତାହକୁ ୨ଥର ଏପରି କଲେ କେଶର ଘନତ୍ଵ ବଢ଼େ ।
-
ଘି – କୁଆଁରୀ ରସ ମଧ୍ୟ କେଶମୂଳରେ ଲଗାଇବା ଉତ୍ତମ ।
-
ସପ୍ତାହକୁ ୨ ରୁ ୩ଥର ଗାଜର ରସ କେଶମୂଳରେ ଲଗାଇବା ଉପକାରୀ । ଏହା କେଶର ଘନତ୍ଵ ବଢ଼ାଇବା ସହ କେଶ ଝଡ଼ା ସମସ୍ୟା ଦୂର କରେ । ତେବେ ଏହି ସବୁ ଜିନିଷକୁ ବାଦ ହେଲେ ମୁଖ୍ୟତଃ ପନିପରିବା ଏବଂ କମ ତୈଳଯୁକ୍ତ ଖାଦ୍ୟଖାଇବା ଦ୍ବାରା କେଶ ଝଡିବା କମ ହୋଇଥାଏ।