ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ନଭେମ୍ବର ୧ରୁ ୟୁଜି( UG) ଓ ୧୫ରୁ ପିଜି(PG) କ୍ଲାସ୍ ହେବ ବୋଲି ଉଚ୍ଚଶିକ୍ଷା ସଚିବ ସୂଚନା ଦେଇଛନ୍ତି। ଚଳିତ ବର୍ଷ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ପଢ଼ିବେ। ଏନେଇ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ଚିଠି ଲେଖି ସୂଚନାଦେଇଛନ୍ତି। ସେହେତୁ କଲେଜ ଖୋଲାଯିବ ସେଥିପାଇଁ ହଷ୍ଟେଲ ମଧ୍ୟ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କୋଭିଡ ଗାଇଡଲାଇନରେ ହେବ ପାଠପଢ଼ା। ଏଥିପାଇଁ ଏସଓପି ଜାରି କରାଯାଇଛି। ପିଲା କୋଭିଡ ନିୟମ ମାନି କ୍ଲାସକୁ ଆସିବେ। ମାସ୍କ ବାଧ୍ୟତା ମୂଳକ ରଖାଯାଇଛି। କୌଣଯି ପିଲାଙ୍କ ପାଖରେ ଥଣ୍ଡାର ଲକ୍ଷ୍ୟଣ ଦେଖାଗଲେ ତାଙ୍କୁ କଲେଜ ନ ଆସିବାକୁ ସୂଚନାଦିଆଯାଇଛି। ଏଥିପାଇଁ ସଙ୍ଗୋରଧ କକ୍ଷ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କଲେଜ ପରିଷରରେ ଛେପ ପକାଇବା ପାଇଁ ବାରଣ କରାଯାଇଛି। କଲେଜ କକ୍ଷ,ପାଠାଗାର,ଲାବ୍ରୋଟୋରୀ ଆଦି ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।