ସନଷ୍ଟାର ଟିଭି ବ୍ୟୁରୋ
ଚନ୍ଦନେଶ୍ବର : ପଶ୍ଚିମବଙ୍ଗର ପ୍ରମୁଖ ମଧ୍ୟ ଅବତରଣ କେନ୍ଦ୍ର ଦୀଘାରେ ମଙ୍ଗଳବାର ୩୩ଟି ତେଲିଆ ( ଭୋଲା ) ମାଛକୁ ୧ କୋଟି ଟଙ୍କାରେ ବିକ୍ରି ହୋଇଥବା ସୂଚନା ମିଳିଛି । ଏହି ଖବର ପ୍ରଚାର ହେବା ପରେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ମାଛକୁ ଦେଖିବା ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀ , ବ୍ୟବସାୟୀ , ପର୍ଯ୍ୟଟକଙ୍କ ସମେତ ଲୋକଙ୍କ ଗହଳି ଲାଗିଥିଲା । ମିଳିଥିବା ସୂଚନା ଅନୁଯାୟୀ , ସୋମବାର ଦୀଘାରୁ ମା ’ ବାସନ୍ତୀ ମାଛ ଧରା ଟ୍ରଲର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲାମଙ୍ଗଳବାର ଅନ୍ୟ ମାଛ ସମେତ ୩୩ଟି ତେଲିଅ ମାଛକୁ ଧରି କୂଳରେ ପହଞ୍ଚି ଥିଲେ । ମୁହାଣରେ ଥିବା ଶ୍ୟାମସୁନ୍ଦର ଦାସଙ୍କ କଣ୍ଟାରେ ତାହାକୁ କିଲୋ ପ୍ରତି ୧୨ ହଜାର ୬ ଶହ ଟଙ୍କା ଦରରେ ବିକ୍ରି ହୋଇଥିଲା । କଲକାତାର ଏକ ଔଷଧ କମ୍ପାନୀ ଏହି ମାଛ କିଣି ଥିବା ଜଣାପଡ଼ିଛି । ଏଠାରେ ଉଲ୍ଲେଖ କରାଯାଇଛି ଯେ , ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ସୁନ୍ଦରବନ ଅଞ୍ଚଳରେ ମଧ୍ୟ ଏହିଭଳି ୭୮ କେଜି ୪ ଶହ ଗ୍ରାମ ଓଜନର ଗୋଟିଏ ମାଛକୁ ୩୬ ଲକ୍ଷ ୫୩ ହଜାର ୬ ଶହ ଟଙ୍କାରେ ବିକ୍ରି ହୋଇଥିବା ସୂଚନା ମିଳିଛି ।