ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ମମିତା ମେହେର ହତ୍ୟା କାଣ୍ଡରେ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାସିଶ ଆଚାର୍ଯ୍ୟ ଙ୍କୁ ଏକ ସାମ୍ବାଦିକ ସମ୍ମିଳନି କରି ବିଜେଡି ଉପରେ ଆରୋପ ଲଗାଇବା ସହ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥାଉପରେ ପ୍ରଶ୍ନ ଉଠାଇଥିଲେ। ତେବେ ଏହି ଘଟଣାର ଜବାବ ଦେବା ପାଇଁ ବିଜେଡି ଏକ ପ୍ରେସମିଟ ଡାକିଛନ୍ତି। ନିଜର ରାଜନୈତିକ ଫାଇଦା ନେବା ପାଇଁ ସବୁବେଳେ ବିଜେପି ପ୍ରୟାସ କରୁଛି । ପୀଡିତାକୁ ନ୍ୟାୟଦେବା ପାଇଁ ବିଜେପି ଚାହୁଁନାହିଁ। ସେଥିପାଇଁ ଜଣେ ହତ୍ୟା ଅପରାଧି ଯାହାଙ୍କ ନାମ ଇରସିଶି ଆଚର୍ଯ୍ୟ ଙ୍କୁ ସାମ୍ବାଦିକ ସମ୍ମିଳନୀ ରେ ବସାଇ ବିଜେପି ହିନ୍ନ ରାଜନୀତି ର ପରିଚୟ ଦେଇଛି ବୋଲି ବିଜେଡି ମୁଖପାତ୍ର ଚିନ୍ମୟ ସାହୁ ସମ୍ମିଳନିରେ କହିଛନ୍ତି।