ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଡେଙ୍ଗୁ ଏବଂ ମଧୁମେହରେ ପୀଡ଼ିତ ହୋଇଛନ୍ତି । ପୂର୍ବରୁ ଏଥିପାଇଁ ସେ ଜେଲ୍ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । କିନ୍ତୁ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସ୍ବାସ୍ଥ୍ୟରେ ଅବନତି ଦେଖାଦେବା ଯୋଗୁଁ ପ୍ରଥମେ ତାଙ୍କୁ ଜେଲଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଉଲ୍ଲେଖଯୋଗ୍ୟ,ଗତ ୩ ତାରିଖରେ ଲକ୍ଷ୍ମୀପୁର ଖେରୀଠାରେ ଆନ୍ଦୋଳନରତ କୃଷକମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦିଆଯାଇଥିଲା । ଏହାପରେ ଉତ୍ତେଜିତ ଚାଷୀମାନେ ପାଲଟା ଆକ୍ରମଣ କରିଥିଲେ ଏହି ଘଟଣାରେ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ରାଜନୀତି ସରଗରମ ରହିଛି ।