ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ର ଲୋକ ପ୍ରଶାସନ ବିଭାଗରେ ଥିବା ସାମ୍ବାଦିକ ଓ ଗଣଯୋଗାଯୋଗ ର ମୁଖ୍ୟ ପ୍ରଫେସର୍ ସ୍ଵର୍ଣ୍ଣମୟୀ ତ୍ରିପାଠୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବିଭାଗର ମୁଖ୍ୟ ଅଧ୍ୟାପିକା ପଦ୍ମାଳୟା ମହାପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ଅଶୋକ ପଣ୍ଡା , ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ , ଅଧ୍ୟାପକ ରମାକାନ୍ତ ମହାନନ୍ଦ , ପୁର୍ବତନ ଅଧ୍ୟାପକ ନରସିଂହ ମାଝୀ , ଗବେଷଣା ଛାତ୍ର ସ୍ୱରଭ ଦାସ , ବିଭାଗ ସହାୟିକା ମିନତୀ ଭୋଳ , ସମସ୍ତ କର୍ମକର୍ତ୍ତା ଙ୍କ ସମେତ ସାମ୍ବାଦିକତା ବିଭାଗର ୨୦୧୯-୨୦ଓ ୨୦୨୧-୨୩ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତି ଥିଲେ । ବିଦାୟୀ ଭାଷଣରେ ସ୍ଵର୍ଣ୍ଣମୟୀ ତ୍ରିପାଠୀ ତାଙ୍କ ଶିକ୍ଷକତା ଜିବନରେ ଅନେକ ସ୍ମୃତି ମାନପକାଇ ସହ ସାମ୍ବାଦିକତା ଛାତ୍ର ଛାତ୍ରୀ ମାନଙ୍କୁ ଅନେକ ଉପଦେଶ ଦେଇଥିଲେ । ତାସହ ଅବସର ପରେ ମଧ୍ୟ ସବୁସମୟରେ ଛାତ୍ର ଛାତ୍ରୀ ମାନଙ୍କୁ ସହଯୋଗ କରିବା ପାଈଁ ପ୍ରତିଶ୍ରୁତି ଦେଇ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ସଭାରେ ଥିବା ସମସ୍ତ ଅତିଥି ଛାତ୍ରଛାତ୍ରୀ ଓ ଅନ୍ୟସଦସ୍ୟ ମାନେ ସ୍ଵର୍ଣ୍ଣମୟୀ ତ୍ରିପାଠୀ ଙ୍କ ସହଥିବା ଦୀର୍ଘ ଦିନର ଅନୁଭୂତି ଓ ସ୍ମୃତି କୁ ମନେପାଇଥିଲେ ।