ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ୱର: ୨୦୨୧ – ୨୨ଶିକ୍ଷା ବର୍ଷ ଲାଗି ଏକକ ପିଜି ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ମେଧା ତାଲିକା ଶୁକ୍ରବାର ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟରେ ୧୨ହଜାର ୨୧୪ଜଣ ଛାତ୍ରଛାତ୍ରୀ ସ୍ନାତକୋତ୍ତର ନାମଲେଖା ଲାଗି ଚୟନ ହୋଇଛନ୍ତି । ଏହି ପ୍ରଥମ ପର୍ଯ୍ୟାୟ ନାମଲେଖା ଆଜି ଠାରୁ ଆରମ୍ଭ ହେଉଛି । ପ୍ରଥମ ପର୍ଯ୍ୟାୟରେ ୧୨ , ୨୧୪ ମନୋନୀତ ରାଜ୍ୟରେ ୧୪ଟି ବିଶ୍ବବିଦ୍ୟାଳୟ ଏବଂ ୫୯ଟି କଲେଜରେ ପିଜି ପାଠ୍ୟକ୍ରମର ବ୍ୟବସ୍ଥା ରହିଛି । ବିଭିନ୍ନ ପାଠ୍ୟକ୍ରମରେ ମୋଟ୍ ୧୫ହଜାର ସିଟ୍ ରହିଛି । ସେଥିରୁ ବିଶ୍ଵବିଦ୍ୟାଳୟଗୁଡିକରେ ୮ , ୪୧୦ ସିଟ୍ ରହିଥିବା ବେଳେ କଲେଜରେ ୬ , ୫୯୦ ସିଟ୍ ରହିଛି। ଚଳିତବର୍ଷ ଏକକ ପିଜି ପ୍ରବେଶିକା ପରୀକ୍ଷା ଲାଗି ମୋଟ ୬୩ ହଜାର ୩୧୩ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ମୋଟ୍ ୩୭ ହଜାର ୪୯୨ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ବ୍ୟାଙ୍କ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ କେବଳ ୧୨ ହଜାର ୨୧୪ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏଥିରୁ ଛାତ୍ରୀଙ୍କ ସଂଖ୍ୟା ସର୍ବାଧିକ ୭ , ୫୦୧ ଥିବା ବେଳେ ଛାତ୍ରଙ୍କ ସଂଖ୍ୟା ୪ , ୭୧୩ ରହିଛି । ଯୋଗ୍ୟ ବିବେଚିତ ମୋଟ୍ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ , ୩୯୨ଜଣ ଏସ୍ସି ଓ ୨୬୮୫ ଜଣ ଏସ୍ଟି ଅଛନ୍ତି । ପ୍ରଥମ ପର୍ଯ୍ୟାୟ ନାମଲେଖା ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ୨ୟ ପର୍ଯ୍ୟାୟ ମେଧା ତାଲିକା ନଭେମ୍ବର ୪ରେ ପ୍ରକାଶ ପାଇବ । ୨ୟ ପର୍ଯ୍ୟାୟ ନାମଲେଖା ନଭେମ୍ବର ୫ରୁ ଆରମ୍ଭ ହୋଇ ୯ତାରିଖ ପର୍ଯ୍ୟନ୍ତ ଚାଲିବ।୨ଟିପର୍ଯ୍ୟାୟ ରେ ନାମଲେଖା ପ୍ରକ୍ରିୟା ଯଦି ସିଟ ବଳକା ରହେ ତେବେ ବଳକା ସିଟ ଲାଗି ନଭେମ୍ବର ୧୨ରେ ଏକ ତାଲିକା ପ୍ରକାଶ ପାଇବ।