ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ବିଶ୍ବସ୍ତରୀୟ ଅଗ୍ରଣୀ କ୍ରୀଡା ପରିଧାନ ପ୍ରସ୍ତୁତକାରୀ କମ୍ପାନୀ ଆଡିଡାସ୍ , ଦୀପିକା ପାଦୁକୋନ୍ଙ୍କୁ ନିଜର ବ୍ରାଣ୍ଡ୍ ଆମ୍ବାସାଡର ଭାବରେ ଚୁକ୍ତିବଦ୍ଧ କରାଇଛି । ଉଭୟ ଶାରୀରିକ ଏବଂ ମାନସିକ ସୁସ୍ଥତା ନିମନ୍ତେ ଉଭୟଙ୍କର ସମାନ ପ୍ରତିବଦ୍ଧତା ଉପରେ ପାଦୁକୋନେ ଆଡିଡାସ୍ ସହିତ ନିବିଡ ଭାବରେ ମିଶି କାର୍ଯ୍ୟ କରିବେ । ‘ ଅସମ୍ଭବ କିଛି ନୁହେଁ ’ ବୋଲି ବ୍ରାଣ୍ଡ୍ର ଭାବଧାରାକୁ ଆଗେଇ ନେଇ ଏହି ସହଭାଗିତା ସମସ୍ତ ପ୍ରତିବନ୍ଧକ ଦୂର କରିବା ଏବଂ ଅସୀମିତ ସମ୍ଭାବନାର ସୁଯୋଗ ନେବା କ୍ଷେତ୍ରରେ ଏକ ଉଦାହରଣ ହେବ ଏବଂ ଏହା ଉଭୟ ସାମ୍ପ୍ରତିକ ଏବଂ ଭବିଷ୍ୟତ ପିଢିଗୁଡିକୁ ପ୍ରେରଣା ଯୋଗାଇବ । ସମଗ୍ର ବିଶ୍ବରେ ଆଡିଡାସ୍ର ଶକ୍ତିଶାଳୀ ମହିଳା କ୍ରୀଡାବିତ୍ ଓ ସହଯୋଗୀଙ୍କ ତାଲିକାରେ ପାଦୁକୋନେ ସାମିଲ ହେଉଥିବାବେଳେ ଆଡିଡାସ୍ ପ୍ରେରଣାଦାୟୀ ବ୍ୟକ୍ତିତ୍ଵଙ୍କ ଜରିଆରେ ମହିଳାଙ୍କ ପାଇଁ କ୍ରୀଡାର ଗଣତାନ୍ତ୍ରିକୀକରଣ ଏବଂ ବିବିଧକରଣ କରିବା ଉପରେ ନିଜର ଲକ୍ଷ୍ୟକୁ ଅଧ୍ଵକ ମଜଭୁତ କରୁଛି।