ସନଷ୍ଟାର ଟିଭି ବ୍ୟୁରୋ
ବେଙ୍ଗାଲୁରୁ: ଭାରତ ବାୟୋଟେକ୍ ଦ୍ଵାରା ପ୍ରସ୍ତୁତ କୋଭିଡ୍ ଟିକା କୋଭାକ୍ସିନ୍କୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ( ହୁ ) ର ସ୍ୱୀକୃତି ମିଳିନଥିବା ଜଣାପଡିଛି। ହୁ’ର ଅନୁମୋଦନ ବିନା କୋଭାକ୍ସିନ୍ ଟିକା ବିଶ୍ବର ସବୁ ଦେଶରେ ଗ୍ରହଣୀୟ ହୋଇପାରୁନାହିଁ । ଚଳିତବର୍ଷ ଜୁଲାଇରୁ ହୁ’ର ସ୍ୱୀକୃତି ପାଇବାକୁ ଭାରତ ବାୟୋଟେକ୍ ପକ୍ଷରୁ ବାରମ୍ବାର ଉଦ୍ୟମ ଜାରି ରହିଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ । ଇତିମଧ୍ୟରେ ଭାରତରେ ୧୦୦ କୋଟି ଲୋକ ଏହି ଟିକା ନେଇସାରିଲେଣି । କମ୍ପାନୀ ପକ୍ଷରୁ ଅଧିକତଥ୍ୟ ଉପସ୍ଥାପନ କରାଯିବାପରେ ଚଳିତମାସ ୨୬ରେ ହୁ ’ ବିଶେଷଜ୍ଞ କମିଟି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ହୁ’ର ମୁଖ୍ୟ ବୈଜ୍ଞାନିକ ଡଃ ସୌମ୍ୟ ସ୍ୱାମୀନାଥନ ସୂଚନା ଦେଇଛନ୍ତି ।