ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ଜାମିନ। ବିଧାୟକଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ବିଜେପି ନେତାଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଶାନ୍ତ।
ସୂଚନାମୁତାବକ ଗତ୮ ତାରିଖରେ ପ୍ରଶାନ୍ତଙ୍କର ଜାମିନ ଖାରଜ ହୋଇଥିଲା। ସେଥିପାଇଁ ତାଙ୍କୁ ଜେଲ ପଠାଯାଇଥିଲା। ଖୋର୍ଦ୍ଧା ଏଡିଜେ-୧ ଅଦାଲତ ତାଙ୍କର ଜାମିନ ଖାରଜ କରିଥିଲେ। ତେବେ କୋର୍ଟରେ ପ୍ରଶାନ୍ତ ଆତ୍ମସର୍ମପଣ କରିବା ପରେ ପ୍ରଥମେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଖେର୍ଦ୍ଧା କୋର୍ଟରେ ଆତ୍ମସର୍ମପଣ କରି ଜାମିନ ପାଇଁ ଆବେଦନ କରିଥିଲେ।