ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ: ଶୀତୁ ୠତୁ ଆରମ୍ଭ ହୋଇନ ସତ , କିନ୍ତୁ ଏବେଠାରୁ ତ୍ଵଚା ରୁକ୍ଷ ହେଲାଣି। ଋତୁ ପରିବର୍ତ୍ତନର ପ୍ରଥମ ପ୍ରଭାବ ଆମ ତ୍ଵଚା ଓ କେଶ ଉପରେ ପଡ଼େ । ଏହାସହ ବର୍ତ୍ତମାନ ଯେଉଁ ପରିମାଣରେ ବାୟୁମଣ୍ଡର ପରିବର୍ତ୍ତନ ହେଉଛି ଏହା ଶରୀର ସହ ତ୍ବଚା ଉପରେ ବହୁତ ପ୍ରଭାବ ପକାଉଛି। ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ ଶୀତଦିନେ ତ୍ୱଚା ରୁକ୍ଷ ହୋଇଯାଏ , ଏଣୁ ଏଇ ସମୟରେ ସ୍କ୍ରବ କରିବା ତ୍ବଚା ପାଇଁ ଆଦୌ ଭଲ ନୁହେଁ । ଯଦି ପାରୁଛନ୍ତି , ଏବେଠାରୁ ଘରେ ହିଁ ସ୍କୁବ୍ କରିବା ଆରମ୍ଭ କରନ୍ତୁ । ବାହାରେ କେମିକାଲ ସ୍କ୍ରବ ବ୍ୟବହାର କରିବା ଦ୍ବାରା ପୁଳା ପୁଳା ଟଙ୍କା ଖର୍ଚ୍ଚ ହେବା ସ୍ବଭାବିକ, ତେବେ ଆମେ ଆପଣଙ୍କୁ କିଛି ଘରୋଇ ଉପାୟ କହୁଛୁ ଯାହା ସାହାର୍ଯ୍ୟରେ ଆପଣ ନିଜ ତ୍ବଚାର କେୟାର ନେଇପାରିବେ।

ସ୍କ୍ରବ କରିବାକୁ ଆବଶ୍ୟକ ସାମଗ୍ରୀମାନ ହେଲା : ୩ଚାମଚ ଓଟ୍ ନିଅନ୍ତୁ , ଲେମ୍ବୁ ରସ ୧ ବଡ଼ ଚାମଚ । ଓଟ୍କୁ ଅଳ୍ପ ଗ୍ରାଇଣ୍ଡିଂ କରି ସେଥ୍ରେ ଲେମ୍ବୁରସ ମିଶାନ୍ତୁ । ପୂରା ଶରୀରରେ ଏହାକୁ ଲଗାଇ ୧୦ ମିନିଟ୍ ପରେ ଭଲରେ ମାଲିସ୍ କରି ଗାଧୋଇବେ । ଏହା କଲେ ତ୍ବଚାରୁ କଳାଦାଗ ଦୂରେଇଯିବା ସହ ଭଲଭାବେ ପରିଷ୍କାର ମଧ୍ୟ ହୋଇଯିବ । ସପ୍ତାହରେ ୨ଥର ଏହି ଉପାୟ କରନ୍ତୁ । ଫରକ ଜାଣି ପାରିବେ।

କିଛି ଚାମଚ ଚିନି ନିଅନ୍ତୁ। ଏହାକୁ ଦର ଛେଚା କରି ସେଥିରେ ଗୋଲାପ ଜଳ ମିଶାଇ ମୁହଁରେ ହାଲକା ଭାବେ ମାଲିସ୍ କରନ୍ତୁ । ତ୍ବଚା କୋମଳ ହେବ । ବିଶେଷ କରି ଶୀତ ଆସିବା ପୂର୍ବରୁ ଏସବୁ ଉପାୟ କରିବା ଭଲ ।

ଗୋଟିଏ ପାତ୍ରରେ କିଛି ଚାଉଳ ଗୁଣ୍ଡ ନିଅନ୍ତୁ । ଏହି ଗୁଣ୍ଡରେ ୨ ଚାମଚରେ କଞ୍ଚା କ୍ଷୀର ବ୍ୟବହାର କରି ଏକ ପେଷ୍ଟ ତିଆରି କରନ୍ତୁ। ଏବଂ ଏହି ସ୍କ୍ରବ କୁ ଲଗାନ୍ତୁ। ଏହାକୁ ଭଲ ଭାବରେ ମୁହଁରେ ମାଲିସ କରନ୍ତୁ। ଏହା ଦ୍ବାରା ତ୍ବଚା ଉଜ୍ବଳ କରିବ।

ବ୍ରାଉନସୁଗାର ସହ ଡାଲଚିନ ଏବଂ ମହୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହାକୁ ଦେହରେ ଲଗାଇ କିଛି ସମୟ ଘଷନ୍ତୁ ଏବଂ ଏହାପରେ ଥଣ୍ଡା ପାଣିରେ ଧୋଇନିଅନ୍ତୁ। ଏହା ଦ୍ବାରା ତ୍ବଚା ସତେଜ ଦେଖାଯିବ।