ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦିୱାଲୀର ଠିକ୍ ପୂର୍ବରୁ କେନ୍ଦ୍ର ଗୁରୁବାର ଦିନ କେନ୍ଦ୍ର ସରକାରୀ କର୍ମଚାରୀ ପାଇଁ ଏକ ବଡ ଘୋଷଣା କରିଛି। କେନ୍ଦ୍ର ସରକାର ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିଛି। ଯାହାଫଳରେ କେନ୍ଦ୍ର ସରକାର ଏବେ ୩୧ପ୍ରତିଶତ ମହଙ୍ଗା ଭତ୍ତା ପାଇବେ।
ମିଳିଥିବା ସୂଚନାଅନୁଯାୟୀ ଜୁଲାଇ୧ ରୁ ଏହି ବର୍ଦ୍ଧିତ ଭତ୍ତାଦର ଲାଗୁ କାର୍ଯ୍ୟକାରୀ ହେବ। ବର୍ତ୍ତମାନ ସରକାରୀ କର୍ମଚାରୀ ଓ ପେନସନଭୋଗୀ ମାନେ ୩୧ ପ୍ରତିଶତ ଭତ୍ତା (ଡିଏ) ପାଇବେ।