ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ୨୦୧୯ ନିର୍ବାଚନରେ ପଶ୍ଚିମବଙ୍ଗର ଆସାନସୋଲ ଆସନରୁ ବିଜେପି ପ୍ରାର୍ଥୀଭାବେ ଲୋକସଭାକୁ ନିର୍ବାଚିତ ହୋଇଥିବା ବାବୁଲ ସୁପ୍ରିୟୋ ନିଜ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ ଗତ ବିଧାନସଭା ନିର୍ବାଚନରେ ବାବୁଲ ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲେ । ତେବେ ଚଳିତବର୍ଷ ଜୁଲାଇ ୭ରେ ମୋଦୀଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରିତ ହୋଇଥିବାବେଳେ ସେ ମନ୍ତ୍ରୀପଦ ହରାଇଥିଲେ । ଗତ ସେପ୍ଟେମ୍ବରରେ ବାବୁଲ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗଦେଇଥିଲେ ।