ସନଷ୍ଟାର ଟିଭି ବ୍ୟୁରୋ
କାମାକ୍ଷାନଗର :ନୂତନ ହୋ ସମାଜ ତରଫରୁ ଦକ୍ଷିଣ ଜୋନ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ ଅନ୍ତର୍ଗତ ଚୁଳିଆ ମୁଣ୍ଡାସାହି ଠାରେ ମାଧବ ମାରାଣ୍ଡି ଙ୍କ ନେତୃତ୍ୱ ରେ ଏହି ବୈଠକ ଆୟୋଜନ କରାଯାଇଥିଲା । ବୈଠକ ଆରମ୍ଭରୁ ଆଦିବାସୀ ଭାଇ ଓ ଭଉଣୀ ମାନେ ପାରମ୍ଫାରିକ ପୋଷାକ ପରିଧାନ କରି ନୃତ୍ୟ ଗୀତରେ ମସଗୁଲ ହୋଇଥିଲେ । ଏହି ବୈଠକ ରେ ଦକ୍ଷିଣ ଜୋନ ର ୧୭ଗୋଟି ଗ୍ରାମ ର ହୋ ସମାଜ ର ବହୁତ ଲୋକ ଯୋଗଦାନ କରିଥିଲେ । ବୈଠକ ରେ ହୋ ସମାଜ ର ଦକ୍ଷିଣ ଜୋନ ର ସଭାପତି ରୂପେ ଘନଶ୍ୟାମ ବାଙ୍କୀରା, ଉପସଭାପତି ରୂପେ ଗଦାଧର ଗାଏମେଇ,ସମ୍ପାଦକ ଭାବେ ରଞ୍ଜନ ଦରେଇ,କୋଷାଧକ୍ଷ ଭାବେ ଶୁକଦେବ ପିଙ୍ଗୁଆ ଙ୍କୁ ମନୋନୀତ କରାଯାଇଥିଲା । ଆଗାମୀ ଦିନ ରେ କିଭଳି ହୋ ସମାଜ ର ସାଧାରଣ ଲୋକମାନଙ୍କୁ ସରକାର ଙ୍କ ତରଫରୁ ସାହାଯ୍ୟ ଓ ସହାୟତା ମିଳିପାରିବ ଓ କିପରି ଲୋକମାନେ ସଚେତନ ହୋଇପାରିବେ ସେ ନେଇ ବୈଠକ ରେ ଆଲୋଚନା କରାଯାଇଥିଲା । ସଭା ଶେଷରେ ସଂଯୋଜକ ତୁରାମ କାଣ୍ଡଲକେଲ ଧନ୍ୟବାଦ ଅର୍ପଣ କରିଥିଲେ ।