ସନଷ୍ଟାର ଟିଭି ବ୍ୟୁରୋ
ପୁରୀ :ଆରମ୍ଭ ହୋଇଗଲାଣି ଟି-20 ବିଶ୍ୱ କପ। ଏଥିପାଇଁ କ୍ରିକେଟ ପ୍ରେମୀ ଙ୍କ ମଧ୍ୟରେ ଉତ୍ସହ ଭରି ରହିଛି। ଟିମ ଇଣ୍ଡିଆ ଫ୍ୟାନ ମାନେ ବିଭିନ୍ନ ତରିକା ରେ ନିଜ ଟିମକୁ ଚିଅରପ କରିବା ପାଇଁ ପ୍ରସ୍ତୁତ। ଏହି ଅବସର ରେ ପୁରୀ ର ଯୁବ ଚିତ୍ରଶିଳ୍ପୀ ଶ୍ୱାସତ ରଂଜନ ସାହୁ ଡିଆସିଲି କାଠି ରେ ବିଶ୍ୱ କପ ର ଏକ ପ୍ରତିକୃତି ତିଆରି କରିଛନ୍ତି। ସୂଚନାମୁତାବକ ଶ୍ୱାସତ ଏହି ନିଆରା କଳାକୃତି ଟି କୁ ତିଆରି କରିବା ପାଇଁ ୮ ଦିନ ସମୟ ନେଇ ଥିଲେ । ଡିଆସିଲି କାଠି ରେ ନିର୍ମିତ ଏହି ବିଶ୍ୱକପ ପ୍ରତିକୃତି ର ଉଚ୍ଚତା ରହିଛି ୨୧ ଇଞ୍ଚ ଓ ଲମ୍ଵ ରହିଛି ୮ଇଞ୍ଚ ରହିଛି । ମୋଟ ୨ହଜାର ୮ଶହ ୫୦ ଟି ଡିଆସିଲି କାଠି ଏଥିରେ ବ୍ୟବହାର କରାଯାଇଛି । ତେବେ ଏହି ନିଆରା କଳାକୃତି କୁ ନେଇ ବେଶ ଚର୍ଚ୍ଚା ହେଉଥିବା ବେଳେ ସମସ୍ତେ ଶ୍ୱାସତ ଙ୍କ ଏହି ଆର୍ଟ କୁ ଅନେକ ପ୍ରଶଂସା କରିଛନ୍ତି। ଟିମ ଇଣ୍ଡିଆ ଟି- 20 ବିଶ୍ୱ କପ ଜିତି ଭାରତ ନାଁ ପୁଣି ବିଶ୍ୱ ଦରବାରରେ ଗୌରବାନ୍ୱିତ କରିବାକୁ ସେ ଟିମ ଇଣ୍ଡିଆ କୁ ଶୁଭେଚ୍ଛା ଦେଇଛନ୍ତି। (ରିର୍ପୋଟ: ଶଙ୍କର ସରକାର)