ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଅସୁସ୍ଥ ହୋଇ ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଥିବା ଜଣାପଡିଛି । ୮୯ ବର୍ଷୀୟ ଶ୍ରୀ ସିଂହ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ଜ୍ଵର ହେବାପରେ ଗତ ବୁଧବାର ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ପ୍ଲେଟ୍ଲେଟ୍ କାଉଣ୍ଟ ବଢିଚାଲିଥିବାରୁ ଏହା ଏକ ଭଲ ସଙ୍କେତ ବୋଲି ଏମ୍ସ ଡାକ୍ତରୀଦଳ କହିଛନ୍ତି।