ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ ଉପକୂଳ ଓ ଉତ୍ତର ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସ୍ଥାନରେ ବର୍ଷା ଲଘୁଚାପ ହେତୁ ଦକ୍ଷିଣ ଓଡ଼ିଶାର ଅନେକ ବର୍ଷା ହୋଉଛି । ଆସନ୍ତାକାଲି ଲଘୁଚାପ ସମ୍ପୂର୍ଣ୍ଣ ଉତ୍ତର ଆନ୍ଧ୍ରପ୍ରଦେଶକୁ ଚାଲିଯିବା ପରେ ଦକ୍ଷିଣ ଓଡ଼ିଶାରୁ ଏହାର ପ୍ରଭାବ କମିବ । ଲଘୁଚାପ ପ୍ରଭାବରେ ଆଗାମୀ ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ବିଭାଗର ସୂଚନାନୁଯାୟୀ , ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଏବଂ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ । କେନ୍ଦୁଝର , ମୟୂରଭଞ୍ଜ , ବାଲେଶ୍ଵର , ଭଦ୍ରକ ଏବଂ ଯାଜପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ହେବା ରହିଛି । ବାଲେଶ୍ବର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡା , କଟକ , ଜଗତସିଂହପୁର , ପୁରୀ , ଖୋର୍ଦ୍ଧା , ନୟାଗଡ , ଗଞ୍ଜାମ , ଗଜ ପତି , ସୁନ୍ଦରଗଡ , କେନ୍ଦୁଝର , ମୟୂରଭଞ୍ଜ , ଅନୁଗୋଳ ଏବଂ ଢେଙ୍କାନାଳରେ ବିଜୁଳି ଘଡଘଡି ସହ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।