ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଆରମ୍ଭ ହୋଇ ଯାଇଛି ବର୍ଷା। ବଙ୍ଗୋପସାଗରରେ ଅବସ୍ଥିତ ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶରେ ଏବଂ ପଶ୍ଚିମ-କେନ୍ଦ୍ରିୟ ବଙ୍ଗୋପସାଗରରେ ଅବସ୍ଥିତ ହୋଇଛି। ଯାହାର ପ୍ରଭାବରେ ରାଜ୍ୟରେ ବର୍ଷା ହେଉଛି। ତେବେ ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବଜ୍ରପାତ ମଧ୍ୟ ହେବାର ସମ୍ଭାବନା ରହିଛି। ତେବେ ଗଞ୍ଜାମର କିଛି ସ୍ଥାନରେ ବର୍ଷା ଜାରି ରହିଛି। ଏହାଛଡା ପାଣିପାଗ ବିଭାଗ ଆକଳନ କରିଛନ୍ତି ଯେ ଆସନ୍ତା ୧୭ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ଏହାସହ ୧୯ଟି ଜିଲ୍ଲାକୁ ହେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରାଯାଇଛି।
୧୯ଟି ଜିଲ୍ଲାମଧ୍ୟରେ ବାଲେଶ୍ବର ,ବୌଦ୍ଧ, ଭଦ୍ରକ, ଯାଜପୁର ,କେନ୍ଦ୍ରାପଡା ,କଟକ, ଜଗତସିଂପୁର ,ପୁରୀ, ଖୋର୍ଦ୍ଧା, ନୟାଗଡ ,ଗଞ୍ଜାମ, ଗତପତି, କେନ୍ଦୁଝର, ମୟୁରଭଞ୍ଜ ,ଅନୁଗୁଳ,ଢ଼େଙ୍କାନାଳ,କନ୍ଧମାଳ,କଳାହାଣ୍ଡି ଓ ସୁନ୍ଦରଗଡ। ତେବେ ଅକ୍ଟୋବର ୨୦ ପରେ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି।