ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ୧୯୯୯ ପ୍ରଳୟଙ୍କାରି ମହାବାତ୍ୟା ପରେ ଭାଙ୍ଗିଯାଇଥିବା ଓଡିଶାକୁ ସଜଡ଼ିବାର ଦାୟିତ୍ବ ନେଇ ଆସିଥିଲେ ନବୀନ । ଓଡ଼ିଶା ପାଇଁ ନବୀନ ଥିଲେ ନୂଆ ଆଶା ନୂଆ ସମ୍ଭାବନା । ଏକ ନୂତନ ଓଡ଼ିଶାର ପରିକଳ୍ପନା ଥିଲେ ନବୀନ । ଭାରତୀୟ ରାଜନୀତିରେ ନବୀନ ଏପରି ଜଣେ ନେତା ଯିଏ ରାଜନୈତିକ ପରିବାରରୁ ଆସିଥିଲେ , କିନ୍ତୁ ରାଜନୀତି ଜାଣିନଥିଲେ ମଧ୍ୟ ନିଜର ସ୍ବଚ୍ଛତା ଦକ୍ଷତା ବଳରେ ୨୧ ବର୍ଷ ଧରି ଶାସନ କରୁଥିବା ନେତା ନବୀନ । ସ୍ୱଳ୍ପ କଥା କହି ନିରବଚ୍ଛିନ୍ନ ଭାବେ ଜନହିତରେ କାମ କରୁଥିବା ନେତା ନବୀନ ନିରବତା ଓ ସାଧାରଣ ଜୀବନ ଯାପନ ଭିତରେ ରାଜନୈତିକ ମାଷ୍ଟର ଷ୍ଟ୍ରୋକ ଦ୍ଵାରା ବିରୋଧୀଙ୍କୁ ଘାଇଲା କରୁଥିବା ନେତା ନବୀନ। ୨୧ ବର୍ଷ ଶାସନରେ ଏକ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସହ ଦୁର୍ନିତି ବିରୁଦ୍ଧ ରେ zero tolerance policy ରଖୁଥିବା ନେତା ନବୀନ କନ୍ଧମାଳ ଦଙ୍ଗା ପରେ ସମ୍ପ୍ରଦାୟକ ଦଳଠାରୁ ଦୂରେଇ ଯାଇ ଧର୍ମନିରପେକ୍ଷତା ଓ ମାନବିକତାର ଅନ୍ୟ ନାମ ନବୀନ ।ଅନେକ ଭାବନ୍ତି ଯେ ନବୀନ ସବୁବେଳେ ନୀରବ କଣ ପାଇଁ ଏହି ନୀରବତା ହିଁ ସଫଳତାର ସୂତ୍ର । ନବୀନ ରାଜନୀତିରେ ବିଭିନ୍ନ କରଣରେ ବିରୋଧୀଙ୍କୁ କଟାକ୍ଷ କରାଯାଏ ।ଏପରି ନେତା ଯିଏ ବିରୋଧୀଙ୍କୁ କେବେବି ସମାଲୋଚନା କରିନଥିବା ନେତା ନବୀନ। ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱକୁ ଶିକ୍ଷା ଦେଉଥିବା ନେତା ନବୀନ ଓଡିଶା ଲୋକ ବୁଝିଛନ୍ତି କିଛିତ ଠିକ୍ କରୁଛନ୍ତି ,ସେଥିପାଇଁ ବାରମ୍ବାର ଜିତି ଆସୁଥିବା ନେତା ନବୀନ କ୍ରୀଡା କ୍ଷେତ୍ରରେ ଓଡିଶାକୁ ବିଶ୍ୱରେ ପରିଚୟ ଦେବା ସହ ହକିକୁ ପୁନର୍ଜୀବନ ଦେଇଥିବା ନେତା ନବୀନ ।ମିଶନ ଶକ୍ତି ମାଧ୍ୟମରେ ନାରୀମାନଙ୍କୁ ଶସକ୍ତ କରୁଥିବା ନେତା ନବୀନ। ଏନ୍ତୁଡ଼ି ସାଳରୁ ଶ୍ମଶାନ ଯାଏ ଜନ ହିତରେ କର୍ଯ୍ୟକରୁଥିବା ନେତା ନବୀନ। ନବୀନ ଓଡ଼ିଶା ପାଇଁ ନୂଆ ସମ୍ଭାବନା ନୂଆ ଆଶା ନୂଆ ସକାଳର ଅନ୍ୟ ନାମ ନବୀନ। ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଉଛୁ। ଭଗବାନ ଜଗନ୍ନାଥ ତାଙ୍କୁ ଦୀର୍ଘାୟୁ କରନ୍ତୁ ସେ ଏହି ପରି ଓଡିଶାବାସୀଙ୍କ ପାଇଁ କାମ କରି ଚାଲନ୍ତୁ।