ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ରଣଭୀର ସିଂ ପ୍ରକାଶ କରିଛନ୍ତି ଯେ ସେ ତାଙ୍କ ଭବିଷ୍ୟତ ଶିଶୁ ପାଇଁ ନାମ ସର୍ଟଲିଷ୍ଟ କରିବା ଆରମ୍ଭ କରିଦେଇଛନ୍ତି। ବିଗ୍ ପିକ୍ଚର୍ ପାଇଁ ଏକ ନୂଆ ପ୍ରୋମୋରେ ରଣଭୀର ସିଂ ତାଙ୍କ ବିବାହ ଏବଂ ଭବିଷ୍ୟତ ପିଲାମାନଙ୍କ ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି।
ପ୍ରମୋରେ ରଣଭୀର କହିଛନ୍ତି, ଯେ ଆପଣ ମାନେତ ଜାଣିଥିବେ ଆମର ବାହାଘର ସରିଲାଣି। ୨-୩ ବର୍ଷ ମଧ୍ୟରେ ଛୁଆ ବି ହେବ। ବାସ ମୁଁ ଆଶା କରୁଛି ମୋର ଗୋଟିଏ ଦୀପିକା ପରି ଝିଅଟିଏ ହେଉ। ସେ ଛୋଟ ବେଳେ ବହୁତ ସୁନ୍ଦର ଦେଖା ଯାଉଥିଲେ। ମୁଁ ପ୍ରତିଦିନ ଦୀପିକାଙ୍କର ଛୋଟ ବେଳର ଫଟୋକୁ ଦେଖେ। ବାସ ତାଙ୍କପରି ଯଦି ଝିଅଟି ମୋତେ ଭଗବାନ ଦେଇଦେବେ ମୋର ଆଉ କିଛି ଆବଶ୍ୟକ ନାହିଁ। ତା’ପରେ ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଏବେଠାରୁ ନାମର ସର୍ଟଲିଷ୍ଟ ତିଆରି କରିବା ଆରମ୍ଭ କରିଦେଲିଣି।