ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ରାହୁଲ ଦ୍ରାବିଡ଼ ଙ୍କୁ ସବୁଠାରୁ ବଡ ଦାଇତ୍ବ ଦିଆଯାଇଛି। ଭାରତୀୟ ସିନିୟର ଦଳର କୋଚ୍ ହେବାକୁ ରାଜି ହୋଇଛନ୍ତି ଦ୍ରାବିଡ଼। ଦ୍ରାବିଡ଼ଙ୍କ ସହ ଏକ ବୈଠକ କରି ୟୁଏଇରେ ହେବାକୁ ଥିବା ଟି -20 ବିଶ୍ୱକପ ପରେ ତାଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ ହେବାକୁ ପ୍ରବର୍ତ୍ତାଇଥିଲେ। ସେ ଭାରତୀୟ ଦଳର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ ହେବେ ବୋଲି ଦ୍ରାବିଡ ନିଶ୍ଚିତ କରିଛନ୍ତି। ସେ ଖୁବ୍ ଶୀଘ୍ର ଏନସିଏର ମୁଖ୍ୟ ପଦରୁ ଇସ୍ତଫା ଦେବେ ବୋଲି ଆଇପିଏଲ୍ ଫାଇନାଲ ପରେ ଶୁକ୍ରବାର ରାତିରେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନାଦେଇଛନ୍ତି।
ଜାଣିବାକୁ ମିଳିଛି ଯେ ଦ୍ରାବିଡଙ୍କୁ ଦୁଇ ବର୍ଷିଆ ଚୁକ୍ତିନାମା ଦିଆଯାଇଛି। ଦ୍ରାବିଡ ୧୦ କୋଟି ଟଙ୍କା ବେତନ ରହିବ। ସେ ଗତ ମାସରେ ଏନସିଏ ମୁଖ୍ୟ ଭାବରେ ପୁନଃ ନିଯୁକ୍ତ ହୋଇଥିଲେ। କିନ୍ତୁ ଭାରତୀୟ କ୍ରିକେଟ୍ କୁ ଆଗକୁ ନେବା ପାଇଁ ବିସିସିଆଇ ଜଣେ ଶକ୍ତିଶାଳୀ ପ୍ରାର୍ଥୀ ଆବଶ୍ୟକ ଥିଲା। ବିଶ୍ୱକପ ପରେ ସେମାନେ ନ୍ୟୁଜିଲ୍ୟାଣ୍ଡ ସିରିଜରୁ ଚାର୍ଜ ଗ୍ରହଣ କରିବେ ବୋଲି ସୂତ୍ରରୁ ପ୍ରକାଶ।