ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ଲକ୍ଷେ ଦିଲ କି ଧଡକନ ତଥା ବଲିଉଡ୍ର ଡ୍ରିମ ଗାର୍ଲ ହେମା ମାଳିନୀ ୭୩ ବର୍ଷରେ ପଦାର୍ପଣ କରିଛନ୍ତି । ୧୬ ଅକ୍ଟୋବର ୧୯୪୮ରେ ତାମିଲନାଡୁର ଅମ୍ମକୁଦିରେ ତାଙ୍କର ଜନ୍ମ । ସାଉଥ୍ରେ ଜନ୍ମହୋଇ ବି ସେ ୮୦ ଦଶକରେ ବଲିଉଡରେ ରାଜ୍ କରିଥିଲେ । ଅଭିନୟ ସାଙ୍ଗକୁ ସୁନ୍ଦରତାରେ ସେ ଦର୍ଶକଙ୍କ ମନ ମୋହୁଥିଲେ । ହେମା ମାଳିନୀ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ହିଟ ଫିଲ୍ମ ଭେଟି ଦେଇଚନ୍ତି ଦର୍ଶକଙ୍କୁ ଆଜିବି ୭୩ ବର୍ଷରେ ହେମା ୟଙ୍ଗଷ୍ଟରଙ୍କୁ ପଛରେ ପକାଇ ଦିଅନ୍ତି । ତେବେ ସେ ଭଲ ଅଭିନୟ କରିବା ସହିତ ସେ ଜଣେ ଭଲ କ୍ଲାସିକାଲ ଡାନ୍ସର ମଧ୍ୟ । ଫିଲ୍ମ’ସପ୍ନୋ କା ସୌଦାଗର’ ମାଧ୍ୟମରେ ସେ ଡେବ୍ୟୁ କରିଥିଲେ । ସେ ତାଙ୍କ ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ପର୍ସନାଲ ଲାଇଫକୁ ନେଇ । ବଲିଉଡରେ ନିଜର ଅଭିନୟର ପାରଦର୍ଶିତା ଦେଖାଇ ସେ ପାଲଟି ଯାଇଥିଲେ ଲକ୍ଷେ ଦିଲ କି ଧଡକନ । ସେ ତାଙ୍କର ପ୍ରଥମ ସିନେମାରୁ ହିଁ ସଫଳତା ହାସଲ କରିଥିଲେ ଏବଂ ପରିଚିତ ହୋଇଥିଲେ । ଏହାପରେ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ଆଗକୁ ଆଗକୁ ବଢି ଚାଲିଲେ ଏବଂ ବହୁତ ସଫଳତା ଓ ଲୋକପ୍ରିୟତା ସାଉଣ୍ଟିଛନ୍ତି ସେ । ଆଜିବି ତାଙ୍କ ଅଭିନୟକୁ ବେଶ ପସନ୍ଦ କରନ୍ତି ଦର୍ଶକ । ତେବେ ଏବେବି ସେ ଅଭିନୟ ସକ୍ରିୟ ହୋଇଛନ୍ତି ଏବଂ କମିନାହିଁ ତାଙ୍କ କ୍ରେଜ୍ । ତେବେ ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ସନଷ୍ଟାର ପରିବାର ତରଫରୁ ଅନେକ ଶୁଭକାମନା ଏବଂ ଅଭିନନ୍ଦନ।