ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆସନ୍ତା ନଭେମ୍ବର ମାସରୁ ଭୁବନେଶ୍ବରରୁ ସିଧାସଳଖ ଜୟପୁରକୁ ଉଡିବ ବିମାନ।ତେବେ ଏହି ସେବା ଇଣ୍ଡିଗୋ ବିମାନ ତରଫରୁ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ସପ୍ତାହକୁ ୩ଦିନ ଏହି ବିମାନ ସେବା ଜାରି ରହିବ ବୋଲି ସୂଚନାମିଳିଛି। ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ତେବେ ସୂଚନା ଅନୂଯାୟୀ ସେପ୍ଟେମ୍ବର ୧୭ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆଙ୍କୁ ଏହି ବାବଦରେ ଚିଡି ଲେଖିଥିଲେ। ଯେଉଁଥିରେ ସେ ଭୁବନେଶ୍ବରରୁ ସିଧାସଳଖ ଜୟପୁରକୁ ବିମାନ ସେବା ପାଇଁ ଅନୁରୋଧ କରିଥିଲେ। ତେବେ ଏହି ସେବା ଲାଗୁ ହେଲେ ଉଭୟ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ପାଇଁ ଏହା ବହୁତ ସୁବିଧା ଯୋଗାଇ ଦେବ ବୋଲି ସୂଚନା ମିଳିଛି। ତେବେ ଆସନ୍ତା ନଭେମ୍ବର ୨ ତାରିଖରୁ ଜୟପୁରକୁ ସିଧାସଳଖ ବିମାନ ଉଡାଣ ଭରିବ।