ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦୀର୍ଘ ୧୧ ବର୍ଷ ପରେ ଫର୍ଦିନ୍ ଖାନ ଫିଲ୍ମ ଜଗତକୁ ଫେରିବାକୁ ପ୍ରସ୍ତୁତ ଥିବା ବେଳେ ବର୍ତ୍ତମାନ ତାଙ୍କର ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଫର୍ଦିନ୍ ଖାନ ତାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ତାଙ୍କ ଶାରୀରିକ ପରିବର୍ତ୍ତନ କରିଛନ୍ତି। ଏବଂ ଇଣ୍ଟରନେଟରେ ଲୋକମାନେ ଏହି ବିଷୟରେ ଆଲୋଚନା କରୁଛନ୍ତି। ଗୁରୁବାର ଦିନ, ଫର୍ଦିନ୍ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଭିସଫୋଟ୍ ପାଇଁ ମୁହୁରତ ପୂଜାରେ ଯୋଗ ଦେଇଥିଲେ। ଏବଂ ସେ ବାହାରେ ପାପାରାଜି ପାଇଁ ପୋଜ୍ ଦେଇଥିଲେ। ଏକ ଧଳା ସାର୍ଟ ଏବଂ ଡେନିମ୍ ପିନ୍ଧି ଫର୍ଦିନ୍ ଖାନ୍ ରେ ନଜର ଆସିଥିଲେ। ଗତ କିଛି ବର୍ଷ ମଧ୍ୟରେ, ଫର୍ଦିନ୍ ଖାନ ଅଧିକ ଓଜନ ବୃଦ୍ଧି କରିଥିବା ହେତୁ ଟ୍ରୋଲର ଶୀକାର ହୋଇଥିଲେ। ଯାହା ପାଇଁ ବହୁତ ଲୋକ ତାଙ୍କୁ ଟାର୍ଗେଟ କରିଥିଲେ। ଶାରୀରିକ ପରିବର୍ତ୍ତନ ବିଷୟରେ ଫର୍ଦିନ୍ ମୁହଁ ଖୋଲି କହିଥିଲେ ଯେ ସେ ଛଅ ମାସରେ ପ୍ରାୟ ୧୮ କିଲୋ ହ୍ରାସ କରିଛନ୍ତି। ମୁଁ ଠିକ୍ ଏବଂ ସୁସ୍ଥ ଖାଇବା ଆରମ୍ଭ କଲି ଏବଂ ତାହା ସହ ସଠିକ୍ ୱାର୍କଆଉଟ୍ କରିଲି ଯାହା ଫଳରେ ମୁଁ ଏତିକି ଓଜନ ହ୍ରାସ କରି ପାରିଲି। ଖୁବ ଶୀଘ୍ର ଫର୍ଦିନ୍ ଙ୍କର ପ୍ରଶଂସକ ମାନେ ତାଙ୍କୁ ପରଦାରେ ଦେଖିବାର ସୁଯୋଗ ପାଇ ପାରିବେ।