ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଅକ୍ଟୋବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ତାଙ୍କର ଜନ୍ମଦିନ ପାଳନ କରିଥାଆନ୍ତି। କିନ୍ତୁ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ। ତେବେ କୋଭିଡ କଟକଣାକୁ ଆଖିଆଗରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶାବାସୀଙ୍କର ଭଲ ପାଇଁ ସ୍ନେହ ଶ୍ରଦ୍ଧା ଆଗରେ ମୁଁ ସବୁବେଳେ ଚିର ୠଣୀ। ବର୍ତ୍ତମାନ ସାରା ବିଶ୍ବ କୋଭିଡ ମହାମାରୀ ସମୟ ଦେଇ ଗତିକରୁଛି। ତେବେ ଆସନ୍ତା କାଲି ନବୀନ ନିବାସ ନଆସି ରକ୍ତଦାନ ଶିବିର ଏବଂ କୋଭିଡରେ ପ୍ରାଣ ହରାଇଥିବାଲୋକ ମାନଙ୍କୁ ସାହାର୍ଯ୍ୟରେ ଲଗାଇଲେ ମୁଁ ଆପଣ ମାନଙ୍କର ନିକଟରେ ଉପକୃତ ହେବି।