ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କିଟ୍ ଓ କିସ୍ରେ ଜାପାନୀ ଭାଷା କେନ୍ଦ୍ର ଓ ଉତ୍କର୍ଷ କେନ୍ଦ୍ର ଖୋଲିବାକୁ ଯାଉଛି । ଏଥିସହିତ ଇଣ୍ଟର୍ନସିପ୍ ଓ କ୍ରୀଡ଼ା ସିଏସ୍ଆର୍ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଏହି ସବୁ ବ୍ୟବସ୍ଥାକୁ ଜାପାନ ରାଷ୍ଟ୍ରଦୂତ ସାତୋସି ସୁଜୁକି ଆସନ୍ତା ୧୪ ତାରିଖରେ ଉଦ୍ଘାଟନ କରିବେ। ଏଥିପାଇଁ ଭାରତ ସରକାରଙ୍କ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଇଂଲା , ମିତ୍ସୁବିସ୍ କମ୍ପାନିର ଭାରତ ପରିଚାଳନା ନିର୍ଦ୍ଦେଶକ ୟୋଜି ତାଗୁଚି , ଜାପାନ ପରିଚାଳନା ନିର୍ଦ୍ଦେଶକ ସୁଶେକେ ସୁତୋ ପ୍ରମୁଖ କିଟ୍ ଓ କିସ୍ ପରିଦର୍ଶନରେ ଆସିଛନ୍ତି । ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି , ଭାରତ ଓ ଜାପାନ ମଧ୍ୟରେ ଥିବା କୂଟନୈତିକ ସଂପର୍କର ୭୦ବର୍ଷ ପୂର୍ତ୍ତି ଅବସରରେ ଏହି ଦୁଇ କେନ୍ଦ୍ର ଏକ ନୂତନ ମାଇଲ୍ ଖୁଣ୍ଟ ପ୍ରତିଷ୍ଠା କରିବ । ଏହି କାର୍ଯ୍ୟକ୍ରମରେ ଭାରତରେ ଥିବା ଜାପାନ ଦୂତାବାସ , ଭାରତ ବୈଦେଶିକ ମନ୍ତ୍ରାଳୟ ଓ ମିତ୍ସୁବିସ୍ ଗ୍ରୁପ୍ର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହିବେ । ସେହିଭଳି କିଟ୍ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଷ ମହାନ୍ତି , ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ ଓ କୁଳସଚିବ ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ରହିବେ ।