ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମିପୂଜନ କରିବା ନେଇ ଗସ୍ତସୂଚୀ ନିର୍ଦ୍ଧାରିତ ହୋଇଥିଲା। ତେବେ ଏହାକୁ ବାତିଲ୍ କରାଯାଇଥିବା ସୂଚନା ମିଳିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନା ଅନୁସାରେ ଏକ ଲଘୁଚାପ କ୍ଷେତ୍ର ଯାହାକି ବାତ୍ୟାର ରୂପନେବାର ଆଶଙ୍କା କରାଯିବା ସହ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ବାତିଲ କରାଯାଇଥିବା ଜଣାପଡ଼ିଛି । ଏହା ସହିତ ୧୮ ତାରିଖ କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଛି । ତେବେ ପରବର୍ତ୍ତୀ ସମୟରେ ଏନେଇ ତାରିଖ ସ୍ଥିର ହୋଇ କାର୍ଯ୍ୟକ୍ରମ ଅୟୋଜିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।