ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ସୈନିକ ସ୍କୁଲରେ ପାଠପଢ଼ି ବାର ଆଗ୍ରହ ବଢ଼ୁଥିବାରୁ ତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଅତିରିକ୍ତ ସୈନିକ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା । ଏହି ସ୍କୁଲ ସୈନିକ ସ୍କୁଲ ସୋସାଇଟି ସହ ଅନୁବନ୍ଧିତ ରହିବ । କୌଣସି ସରକାରୀ ସଂସ୍ଥା , ଘରୋଇ କିମ୍ବା ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏହି ସ୍କୁଲ ଖୋଲିପାରିବେ । ଏପରିକି ପୂର୍ବରୁ ଚାଲିଥିବା ସ୍କୁଲକୁ ମଧ୍ୟ ସେମାନେ ସୈନିକ ସ୍କୁଲ ସୋସାଇଟିଅଧୀନକୁ ଆଣିପାରିବେ । ୨୦୨୨ – ୨୩ ଶିକ୍ଷାବର୍ଷରୁ ଏହି ସ୍କୁଲ କାର୍ଯ୍ୟକ୍ଷମ ହେବ ଏବଂ ଏଥିରେ ୫ ହଜାର ନୂଆ ଛାତ୍ର ଛାତ୍ରୀ ନାମ ଲେଖାଇପାରିବେ । ନୂଆ ଶିକ୍ଷାନୀତି ଅଧୀନରେ ଏହି ସ୍କୁଲ ଖୋଲାଯିବ । ବର୍ତ୍ତମାନ ର ସୈନିକ ସ୍କୁଲ ଠାରୁ ପ୍ରସ୍ତାବିତ ସ୍କୁଲ ସମ୍ପୂର୍ଣ୍ଣ ଭିନ୍ନ ହେବ । ବର୍ତ୍ତମାନ ଦେଶରେ ୩୩ଟି ସୈନିକ ସ୍କୁଲ ଥିଲା ବେଳେ ସେଥିରେ ୩୩୦୦ ଛାତ୍ର ଛାତ୍ରୀ ପାଠପଢ଼ୁଛନ୍ତି ।