ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଡିଏମକେ ଡେପୁଟି ନେତ୍ରୀ ସଂସଦୀୟ ଦଳ ଶ୍ରୀମତୀ କାନିମୋଜି କରୁଣାନିଧି ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ବୈଠକରେ ଶ୍ରୀମତୀ କାନିମୋଜି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଏମ କେ ଷ୍ଟାଲିନଙ୍କ ଚିଠିକୁ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଛନ୍ତି ଏବଂ (ଏନଇଇଟି)NEET ପରୀକ୍ଷା କ୍ଲିୟର କରିବାରେ ଗ୍ରାମାଞ୍ଚଳର ତଥା ଗରିବ ପରିବାରର ଛାତ୍ର ଛାତ୍ରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ବର୍ଣ୍ଣନା କରିଛନ୍ତି। ତାମିଲନାଡୁ ସିଏମ୍ ଶ୍ରୀ ଷ୍ଟାଲିନ୍ ତାଙ୍କ ଚିଠିରେ NEET UG ପରୀକ୍ଷା କ୍ଲିୟର କରିବାରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ସମ୍ମୁଖୀନ ହେଉଥିବା ସମସ୍ୟା ତଥା ପରୀକ୍ଷାକୁ ଅନ୍ତର୍ଭୂକ୍ତ କରିବାର ଆବଶ୍ୟକତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ସହ ଏହି ପ୍ରସଙ୍ଗ ଉଠାଇଥିଲେ ଏବଂ ଜାତୀୟ ପରୀକ୍ଷାକୁ ଅନ୍ତର୍ଭୂକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ NEET, IIT ଏବଂ UPSC କୁ ନେଇ ଏହି ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ।