ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀଙ୍କୁ ବରଖାସ୍ତ କରାଯାଉ, ଲକ୍ଷ୍ମୀପୁର ଘଟଣାରେ ସେ ସପୃକ୍ତ ଥିବାରୁ ତାଙ୍କୁ ବହିଷ୍ବାର କରାଯାଉ ବୋଲି ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ପ୍ରତିନିଧୀ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଅନୁରୋଧ କରିଛନ୍ତି। ଏବଂ ସେ ଏହି ପ୍ରସଙ୍ଗରେ ସରକାରଙ୍କ ସହ କଥା ହେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।
ଅକ୍ଟୋବର ୩ ରେ ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଜିଲ୍ଲାର କୃଷକମାନେ ବିରୋଧ କରୁଥିବା ସମୟରେ ତାଙ୍କ ଉପରେ ଗାଡି ଚଢ଼ାଇବା ଅଭିଯୋଗରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ସପ୍ତାହକ ମଧ୍ୟରେ ଗିରଫ କରାଯାଇଥିଲା।
ଏହି ଘଟଣାରେ ନ୍ୟାୟଯୁକ୍ତ ଯାଞ୍ଚ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ କଂଗ୍ରେସ ଦାବି କରୁଛି, ଯାହାକି ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା କୃଷକ ପରିବାରର ଅଧିକାର ବୋଲି ସେମାନେ କହିଛନ୍ତି।
“ପରିବାର ମାନେ ବିଶ୍ବାସ କରନ୍ତି ଯେ ଯେଉଁ ପର୍ଯ୍ୟନ୍ତ ତାଙ୍କ ପିତା ମନ୍ତ୍ରୀ ପଦରେ ଅଛନ୍ତି ସେ ପର୍ଯ୍ୟନ୍ତ ତାଙ୍କୁ କୌଣସି ନ୍ୟାୟ ମିଳିପାରିବ ନାହିଁ। ଏହା କେବଳ ୟୁପି ଲୋକଙ୍କର ଦାବି ନୁହେଁ ବରଂ ସମଗ୍ର ଦେଶର ଲୋକଙ୍କର ଚିନ୍ତାଧାର ଅଟେ। ଏହି ଘଟଣା ସମ୍ପର୍କରେ ରାଷ୍ଟ୍ରପତି କହିଛନ୍ତି ଯେ ସେ ସରକାରଙ୍କ ସହ ପରାମର୍ଶ କରିବେ। , “ଗତକାଲି ୟୁପିରେ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମୃତ କୃଷକଙ୍କ ପାଇଁ ଅନ୍ତିମ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ ବୋଲି ରାଷ୍ଟ୍ରପତିଙ୍କୁ ଭେଟିବା ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ସୁପ୍ରିମକୋର୍ଟର ଦୁଇଜଣ ବିଚାରପତି ଲକ୍ଷ୍ମୀପୁର ଘଟଣାର ଯାଞ୍ଚ କରନ୍ତୁ ଏବଂ ଯେଉଁମାନେ ହତ୍ୟାକାରୀ ସେମାନଙ୍କୁ ଉଚିତ ଦଣ୍ଡ ଦିଆଯାଉ।
ରାହୁଲ ଗାନ୍ଧୀ ରାଷ୍ଟ୍ରପତି କୋବିନ୍ଦଙ୍କୁ କହିଛନ୍ତି ଯେ ଲକ୍ଷ୍ମପୁର ହିଂସା ଉପରେ ନିରପେକ୍ଷ ଯାଞ୍ଚ ନିଶ୍ଚିତ କରିବାକୁ ମନ୍ତ୍ରୀଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବା ଉଚିତ୍ କାରଣ ତାଙ୍କ ପୁଅ ଜଣେ ଆରୋପୀ ଅଟନ୍ତି।