ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ ସ୍ୱରୂପ ଭାରତୀୟ ଡାକ ବିଭାଗ ଦେଶର ସ୍ଵାଧୀନତା ସଂଗ୍ରାମ ରେ ମହତ ଅବଦାନ ଥିବା ୬ ଜଣ ନାୟକ ଯଥା ଶହୀଦ ବକ୍ସିଜଗବନ୍ଧୁ , ଶହୀଦ ଜୟୀ ରାଜଗୁରୁ ,ଶହୀଦ ଚାଖି ଖୁଣ୍ଟିଆ ,ଶହୀଦ ଚକରା ବିଷୋୟୀ ଏବଂ ପାର୍ବତୀ ଗିରି ଙ୍କ ଉପରେ ୧୦୩ଟି ସ୍ଵତନ୍ତ୍ର ଲଫାପା ଉନ୍ମୋଚନ କରାଯାଇଛି। ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସଂଚାର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କ ଦ୍ଵାରା ନୂଆ ଦିଲ୍ଲୀ ସ୍ଥିତ ଡାକ ଭବନରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଉନ୍ମୋଚନ କରାଗଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଡାକ ଭବନ ଦିଲ୍ଲୀ ସହ ମୁଖ୍ୟ ଡାକ ବିଭାଗ ଓଡ଼ିଶା , ପୁରୀ ଡାକବିଭାଗ , ଢେଙ୍କାନାଳ ଡାକବିଭାଗ , ବ୍ରହ୍ମଗିରି ଡାକବିଭାଗ , ଆସ୍କା ଡାକ ବିଭାଗ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ସେହି ଅଞ୍ଚଳଗୁଡ଼ିକର ଡାକବିଭାଗ ଯୋଡ଼ି ହେବା ସହ ଶହୀଦଙ୍କର ପରିବାର ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଶହୀଦଙ୍କର ପରିବାର ସଦସ୍ୟ ମାନଙ୍କ ସହ ଆଲୋଚନା କରିବା ସହ ଶହୀଦ ମାନଙ୍କ ସ୍ମୃତି ଚାରଣ କରାଯାଇଥିଲା। ଶହୀଦ ପରିବାର ସଦସ୍ୟ ମାନେ ଶିକ୍ଷା ମନ୍ତ୍ରୀ ଙ୍କୁ ଶହୀଦ ମାନଙ୍କ ଜୀବନୀକୁ ପାଠ୍ୟକ୍ରମରେ ସ୍ଥାନ ଦେବାକୁ ଅନୁରୋଧ କରିବା ସହ ଶହୀଦ ମାନଙ୍କ ନାମରେ ଟ୍ରେନ୍ ଚଳାଚଳ ପାଇଁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅନୁରୋଧ କରିଥିଲେ।