ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଟିକିଏ କମିଥିବା ବେଳେ ବର୍ତ୍ତମାନ ସ୍ଥିତିରେ ସୁଧାର ଆସିଛି। ତେବେ ଏଥିପାଇଁ ଆସନ୍ତା ୧୮ରୁ ଦେଶରେ ଘରୋଇ ବିମାନଗୁଡ଼ିକ ପୂର୍ଣ୍ଣ ଯାତ୍ରୀ କ୍ଷମତା ସହ ଉଡ଼ାଣ କରିବ । ବିମାନଗୁଡ଼ିକ ଏହାର କ୍ଷମତା ଅନୁଯାୟୀ ଯାତ୍ରୀ ପରିବହନ କରିପାରିବେ । ଏ ସମ୍ପର୍କରେ ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ବିମାନ ମଧ୍ୟରେ କୋଭିଡ୍ କଟକଣା କୁ କଡାକଡ଼ି ପାଳନ କରାଯିବ । ୨ଘଣ୍ଟାରୁ କମ୍ ସମୟର ବିମାନ ଯାତ୍ରା କ୍ଷେତ୍ରରେ ଖାଦ୍ୟପେୟର ବ୍ୟବସ୍ଥା କରାଯାଇପାରିବ ନାହିଁ । ସେହିପରି ବିମାନ ଯାତ୍ରା ଭଡ଼ା ସର୍ବନିମ୍ନ ଓ ସର୍ବାଧୂକ ମଧ୍ୟରେ କଟକଣା ରହିବ ।