ସନଷ୍ଟାର ଟିଭି ବ୍ୟୁରୋ
ବାଳିଆପାଳ: ଆଜିର ସ୍ବାର୍ଥ ପର ଦୁନିଆ ରେ ଟଙ୍କା ଯେତେ ସବୁ ବିଶୃଙ୍ଖଳା ଘଟିଥାଏ। ଟଙ୍କା ପାଇଁ ହତ୍ୟା କରିବାକୁ ମଧ୍ୟ ପଛେଇ ନଥାଏ ଏହି ମଣିଷ। ମାତ୍ର ଦୁନିଆ ରେ ଏଭଳି ବି ଲୋକ ଅଛନ୍ତି, ଯେଉଁ ମାନେ ଟଙ୍କା ଲୋଭରେ ବଶବର୍ତ୍ତୀ ନ ହୋଇ ମହାନତା ଦେଖାଇଥାନ୍ତି । ଦେଖିବାକୁ ସାଧା ସିଧା ମଣିଷ ଟିଏ। ସେ ଜଣେ ସମାଜସେବୀ। ମୁଣ୍ଡ ନୁଆଁଇ ଯିବ ତାଙ୍କ ମାନବିକତା ଆଗରେ। ତାଙ୍କର ନାଁ ହେଉଛି ହେମନ୍ତ ଦାସ। ସୋମବାର ବାଲିଆପାଳ ଅଞ୍ଚଳ ରେ ଏଭଳି ଏକ ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଥିବା ବେଳେ ସମସ୍ତ ଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି ସମାଜସେବୀ ହେମନ୍ତ ଦାସ । ରାତି ପ୍ରାୟ ୯ଟା ସମୟରେ ସିମୁଳିଆ ବଜାର ରୁ ପାଇଥିଲେ ଗୋଟିଏ ବ୍ୟାଗ। ସେଥିରେ ଥିଲା ଟଙ୍କା ସୁନା ଗହଣା, ୭ଟି ଏଟିଏମ୍ ,ଗୋଟିଏ ମୋବାଇଲ, ୩ଟି ପାସ୍ ବୁକ୍, ୩ଟି ଚେକ୍ ବହି, ଡ୍ରାଇଭିଙ୍ଗ୍ ଲାଇସେନ୍ସ, ଆଧାର କାର୍ଡ, ପାନ କାର୍ଡ ଓ ଜରୁରୀ କାଗଜ ପତ୍ର ଥିଲା। ତେବେ ସେ ପାରୁଳିଆ ଛକ ନିକଟରେ ଥିବା ବିଜୁ ଜନତା ଦଳ ଅଫିସ୍ ରେ ଏହାକୁ ଦେଖାଇଥିଲେ। ବ୍ୟାଗ ଟି ଖୋଲି ଦେଖିଲାପରେ ଆଧାର କାର୍ଡ଼ ଓ ବ୍ୟାଙ୍କ ଖାତା ରୁ ଜାଣିବାକୁ ପାଇଁ ଥିଲେ ଯେ ଏହା ହେଉଛି ଜାମ୍ମୁକୁଣ୍ଡା ଗ୍ରାମ ପଞ୍ଚାୟତ ର କାଳରୁହି ଗ୍ରାମ ର ସାହୁ ବସ୍ ମାଲିକ୍ ଜୟନ୍ତ କୁମାର ସାହୁ ଙ୍କର ବୋଲି। ତେବେ ସେ ଯୁବ ନେତା ଲମ୍ବୋଧର ମାହାନା ଙ୍କ ସହାୟତାରେ ଶେଷରେ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ। ଜୟନ୍ତଙ୍କୁ ପାରୁଳିଆ ବିଜେଡି ପାଟି ଅଫିସ୍ କୁ ଡାକିଥିଲେ। ତେବେ ସେଠାରେ ଯୁବ ସମାଜସେବୀ ହେମନ୍ତ ଦାସ ପାଇଁ ଥିବା ବ୍ୟାଗ୍ ଟିକୁ ସାହୁ ବସ୍ ମାଲିକ ଜୟନ୍ତ ସାହୁ ଙ୍କୁ ଫେରାଇଦେଇ ଥିଲେ। ଏଭଳି ମହାନତା ପାଇଁ ସେ ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଧୁ ପାଲଟିଛି।(ରିର୍ପୋଟ:ଚନ୍ଦନ ଜେନା)