ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଯୁକ୍ତ ଦୁଇରେ ଖାଲିଥିବା ଆସନ ପୂରଣ ପାଇଁ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀ ଆଜି ଠାରୁ ଆବେଦନ କରିପାରିବେ । ୨୦୨୧-୨୨ ଶିକ୍ଷାବର୍ଷର ଦ୍ବିତୀୟ ପର୍ଯ୍ୟାୟରେ କୌଣସି ପ୍ରକାରର ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବନି । ନାମଲେଖା ସମ୍ବନ୍ଧରେ ନିର୍ଦ୍ଦେଶାଳୟ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି । ବିଦ୍ୟାର୍ଥୀ ୧୨ ତାରିଖ ପୂର୍ବାହ୍ନ ୧୧ଟା୩୦ରୁ www.samsodi sha.gov.in ୱେବ୍ସାଇଟ୍ ଲଗଇନ୍ କରି ଆବେଦନ କରିପାରିବେ । ଛାତ୍ରଛାତ୍ରୀ ସଞ୍ଚାର ( ଅନ୍ଲାଇନ୍ ) ଜରିଆରେ ୨୫ ରାତି ୧୧ଟା ୫୫ ପର୍ଯ୍ୟନ୍ତ ଆବେଦନ କରିପାରିବେ । ୩୦ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ । ନଭେମ୍ବର ପହିଲାରୁ ୩ ତାରିଖ ମଧ୍ୟରେ ନାମଲେଖା ହେବ । ୫ ତାରିଖ ସୁଦ୍ଧା କନିଷ୍ଠ ମହାବିଦ୍ୟାଳୟରେ କେତେ ବିଦ୍ୟାର୍ଥୀ ନାମ ଲେଖାଇଛନ୍ତି ସେ ତଥ୍ୟ ଇ – ସ୍ପେସ୍ରେ ଦାଖଲ କରିବେ କନିଷ୍ଠ ମହାବିଦ୍ୟାଳୟ । ନଭେମ୍ବର ବିଦ୍ୟାର୍ଥୀ ୯ରେ ଖାଲିଥିବା ସିଟ୍ ପାଇଁ ମେଧା ତାଲିକା ପ୍ରକାଶ ପାଇବ । ସେହିଦିନ ତାଲିକାରେ ଥିବା ସ୍ପଟ୍ ( ତତ୍କାଳ ) ନାମଲେଖା ପାଇଁ ଆବେଦନ କରିବେ । ୧୧ ତାରିଖରେ ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ୧୧ରୁ୧୨ ମଧ୍ୟରେ ସ୍ପଟ୍ ନାମଲେଖା ଅନୁଷ୍ଠିତ ହେବ । ୧୩ ତାରିଖ ସୁଦ୍ଧା ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନାମଲେଖା ସମ୍ବନ୍ଧୀୟ ଚୂଡ଼ାନ୍ତ ତଥ୍ୟ ଇ – ସ୍ପେସ୍ରେ ଦାଖଲ କରିବେ । ଯେଉଁମାନେ ପୂର୍ବରୁ ଆବେଦନ କରିଥିବେ ସେମାନେ ପୂର୍ବ ଲଗ୍ଇନ୍ ଆଇଡିରେ ଆବେଦନ କରିପାରିବେ ।