ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି ) ସାଂସଦ ମନୋଜ ତିୱାରୀ । ବିରୋଧ କରୁଥିବା ବେଳେ ଆହତ ହୋଇପଡିଛନ୍ତି । ମଙ୍ଗଳବାର ଅପରାହ୍ନରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନିକଟରେ ଛଟ ପୂଜାକରୁଥିବା ସମୟରେ ପଡିଯାଇଥିଲେ। ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲର ଜରୁରୀକାଳୀନ ବିଭାଗକୁ ନିଆଯାଇଥିଲା।
ତିୱାରୀ ଏହି ଉତ୍ସବରେ ନିଷେଧାଦେଶ ପ୍ରତ୍ୟାହାର କରିବାକୁ ଦାବି କରି ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତାଙ୍କ ସମେତ ବିଜେପି ନେତାଙ୍କ ଏକ ବିରୋଧର ନେତୃତ୍ୱ ନେଇଥିଲେ।
ତିୱାରୀ ବ୍ୟାରିକେଡ ଉପରକୁ ଚଢ଼ିଯାଇଥିଲେ ଯେତେବେଳେ ବିରୋଧକାରୀଙ୍କୁ ରୋକିବା ପାଇଁ ପୋଲିସ ପାଣି କାନନ ବ୍ୟବହାର କରିଥିଲା ସେତେବେଳେ ତିୱାରୀ ତଳେ ପଡ଼ିଯାଇ ଆହତ ହୋଇଥିଲେ। ମନୋଜ ତିୱାରୀଙ୍କୁ ସଫଦରଜଙ୍ଗ ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଛି। ଏବଂ ଚିକିତ୍ସା ଚାଲିଛି ବୋଲି ବିଜେପି ନେତା ନୀଲକାନ୍ତ ବକ୍ସି କହିଛନ୍ତି।ଗତ ଏକ ସପ୍ତାହ ଧରି ତିୱାରୀ ଛଟ୍ ପୂଜା ଉପରେ ପ୍ରତିବନ୍ଧକ ହଟାଇବାକୁ ଦାବି କରିଆସୁଛନ୍ତି ଏବଂ ଏହି ପ୍ରତିବନ୍ଧକ ବିରୁଦ୍ଧରେ ଲୋକଙ୍କୁ ଏକତ୍ରିତ କରିବା ପାଇଁ ‘ଛଟ୍ ଯାତ୍ରା’ ମଧ୍ୟ ଆରମ୍ଭ କରିଛନ୍ତି। ସୋମବାର ତିୱାରୀ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟୀ(AAP) ସରକାର କଢ଼ା କୋଭିଡ ପ୍ରୋଟୋକଲ ସହିତ ସର୍ବସାଧାରଣ ସ୍ଥାନରେ ଛଟ୍ ପୂଜା ପାଳନ କରିବାକୁ ଅନୁମତି ଦେବା ଉଚିତ କିନ୍ତୁ ଲୋକଙ୍କ ଭାବନା ସହ ଜଡିତ ଏହି ପର୍ବକୁ ନିଷିଦ୍ଧ କରିବା ଉଚିତ ନୁହେଁ।
“ହୁ(WHO) କହିଛି ଯେ କରୋନାଭାଇରସ୍ ଆଖି, ନାକ ଏବଂ ପାଟି ଦେଇ ପ୍ରବେଶ କରିଥାଏ ଏବଂ ଛଟ୍ ପୂଜାରେ ଭକ୍ତମାନେ ଆଣ୍ଠୁଏ ପାଣିରେ ପୂଜା କରିଥାନ୍ତି ଏବଂ ଗାଧୋଇ ନଥାନ୍ତି ତେଣୁ ଲୋକମାନେ ନଦୀ କୂଳ, ପୋଖରୀ ଇତ୍ୟାଦିରେ ଏହି ପର୍ବ ପାଳନ କରିବା ସମୟରେ କରୋନାଭାଇରସ୍ ବିସ୍ତାର ହେବାର କୌଣସି ସମ୍ଭାବନା ନାହିଁ ବୋଲି ”ତିୱାରୀ କହିଛନ୍ତି।