ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ଦୁଷ୍ଟତା ଉପରେ ବିଜୟର ଶୁଭ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଆଇସ୍କ୍ରିମ୍ କାଠି ମାଧ୍ୟମରେ ଗଢ଼ିଛନ୍ତି ମା’ଙ୍କର ପ୍ରତିମା। ପୁରୀ ଜିଲ୍ଲାର ବିଶ୍ୱଜିତ ନାୟକ ଦୁର୍ଗା ପୂଜା ଅବସରରେ ମା’ଙ୍କର ମୁଖା କୁ ଆଇସ୍କ୍ରିମ କାଠି ସାହାର୍ଯ୍ୟରେ ଗଢ଼ିଛନ୍ତି। ଏହାକୁ କଳା ସଂପୂର୍ଣ୍ଣ କରିବା ପାଇଁ ତାଙ୍କୁ ମୋଟ ୬ଦିନ ସମୟର ଲାଗିଥିଲା। ସେ ଏଥିରେ ମୋଟ ୨୭୫ଟି ଆଇସ୍କ୍ରିମ କାଠି ବ୍ୟବହାର କରିଥିଲେ। ଦଶହରା ହେଉଛି ଆମର ଏକ ଐତିହ ପର୍ବ। ଏହି ପର୍ବ ସମସ୍ତ ଜୀବନରୁ ଦୁଃଖର ବିନାସ କରି ସମସ୍ତଙ୍କର ଜୀବନରେ ଆନନ୍ଦ ଏବଂ ଉଲ୍ଲାସ ଭରିଦେଉ ବୋଲି ବିଶ୍ୱଜିତ ପ୍ରାର୍ଥନା କରିଛନ୍ତି। ଏହାପୂର୍ବରୁ ବିଶ୍ୱଜିତ ଆଇସ୍କ୍ରିମ୍ କାଠି ଯୋଗେ ଅନେକ କଳା କାର୍ଯ୍ୟ ନିର୍ମାଣ କରିଛନ୍ତି। ଏକ ନିଆଁରା ଢ଼ଙ୍ଗରେ ସେ ତାଙ୍କର କଳା ପ୍ରଦର୍ଶନ କରିବାକୁ ସବୁବେଳେ ଉଦ୍ୟମ ଚଳାଇଛନ୍ତି।
ଏଥର ବିଶ୍ୱଜିତ ପ୍ରତିମୂର୍ତ୍ତିରେ ଏକ ନୂତନ ପ୍ରକାରର ମଣ୍ଡଳ କଳା ଡିଜାଇନ୍ କରିଛି ଏବଂ ଏହି “ଦୁର୍ଗା ପୂଜା” କୁ କୋଭିଡ୍ ଗାଇଡ ଲାଇନ ମଧ୍ୟରେ ପାଳନ କରିବାକୁ ସମସ୍ତ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।