ସନଷ୍ଟାର ଟିଭି ବ୍ୟୁରୋ
ଜେନେଭା: ଆଫ୍ରିକାରେ ପରୀକ୍ଷଣ ପରେ ବିଶ୍ବ ସ୍ଵାସ୍ଥ୍ୟ ସଂଗଠନ ( ହୁ ) ବିଶ୍ବର ପ୍ରଥମ ମ୍ୟାଲେରିଆ ଟିକାକୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ଟିକାର ମ୍ୟାଲେରିଆ ବିପକ୍ଷରେ ଲଢ଼େଇ କ୍ଷମତା ୭୭ ପ୍ରତିଶତ ଥିବାବେଳେ ବର୍ଷେ ମଧ୍ୟରେ ୪୫୦ ଶିଶୁଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଥିବା ଏହାକୁ ପ୍ରସ୍ତୁତ କରିଥିବା ବୈଜ୍ଞାନିକଙ୍କ ପକ୍ଷରୁ ଦାବି କରାଯାଇଛି । ଗ୍ଲାସ୍କୋସ୍ମିଥ୍ କ୍ଲାଇନ୍ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ମାସ୍କକ୍ବିରିକ୍ସ ନାମକ ଏହି ଟିକା ଦ୍ଵାରା ହଜାର ହଜାର ଜୀବନ ରକ୍ଷା କରାଯିବାର ସମ୍ଭାବନା ରହିଛି । ଆଫ୍ରିକାରେ ପ୍ରତିବର୍ଷ ହଜାର ହଜାର ଶିଶୁଙ୍କର ମ୍ୟାଲେରିଆରେ ମୃତ୍ୟୁ ଘଟୁଥିବା ଯୋଗୁଁ ଏହି ଟିକାର ପ୍ରଥମ ପରୀକ୍ଷଣ ସେଠାରେ କରାଯାଇଥିଲା । ମ୍ୟାଲେରିଆ ରୋଗର ନିଦାନ ପାଇଁ ୮୦ ବର୍ଷ ଧରି ଉଦ୍ୟମ କରାଯାଉଥିବା ବେଳେ ପ୍ରାୟ ୬୦ ବର୍ଷ ଧରି ଟିକାର ବିକାଶ ଉପରେ ରିସର୍ଚ୍ଚ ଜାରି ରହିଛି ।