ସନଷ୍ଟାର ଟିଭି ବ୍ୟୁରୋ
ଜଳେଶ୍ବର : ବାଲେଶ୍ୱର ଅବକାରୀ ଡେପୁଟି କମିଶନର ଅଶୋକ କୁମାର ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଜଳେଶ୍ବର ଅବକାରୀ ଓଆଇସି ଦେବେନ୍ଦ୍ର କୁମାର ବେହେରା ଓ ୨୨ ଜଣିଆ ଏକ ଟିମ ମିଳିତ ଭାବେ ରାଜ୍ୟରାଜ ପଥ ୫୭ ବାଟଗ୍ରାମ ଠାରୁ ଅନୁମାନିକ ୯୦୦ ଲିଟର ନକଲି ମଦ ଜବତ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ପୂଜା ପାଇଁ ଏହି ନକଲି ମଦ ପଶ୍ଚିମ ବଙ୍ଗରୁ ଏକ ଖୋଲା ଭ୍ୟାନ ରେ ଓଡିଶାକୁ ପ୍ରବେଶ କରୁଥିଲା। ଭୋଗରାଇ ତହସିଲଦାର ଙ୍କ ଉପସ୍ଥିତ ରେ ଜଳେଶ୍ୱର ଓ ଭୋଗରାଇ ଅବକାରୀ ଚଢ଼ାଉ କରି ଏକମଦ ଭର୍ତ୍ତି ଭ୍ୟାନ ସହିତ ୩ଜଣକୁ ଗିରଫ କରି ତଦନ୍ତ ଚଳାଇଛନ୍ତି। ଏହି ଚଢ଼ାଉ ରେ ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡାଙ୍କ ସହିତ ଅବକାରୀ ବିଭାଗ ୨୨ ଜଣିଆ ଟିମ ଚଢ଼ାଉ କରିଥିଲେ। ଜୟମାଧଵ ଦାସ ଅଧିକାରୀ,ରାଜୀବ ଭଞ୍ଜ,ରାମ ଚନ୍ଦ୍ର ମହାନ୍ତି,ଶଶୀ ଭୂଷଣ ସ୍ୱାଇଁ ସାମିଲ ଥିଲେ।( ରିର୍ପୋଟ:ଆଲୋକ ଚନ୍ଦ୍ର ଘଡେଇ)