ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଗୃହ ବିଭାଗ ମନ୍ତ୍ରୀ ଅଜୟ ମିଶ୍ରର ପୁଅ ଆଶିଷ ମିଶ୍ର ଶନିବାର ସକାଳ ୧୧ ଟାରେ ଉତ୍ତରପ୍ରଦେଶ ପୋଲିସ ନିକଟରେ ହାଜର ହେବେ ବୋଲି ସୂଚନା ମିଳିଛି। ଆଶିଷ ମିଶ୍ରଙ୍କୁ ଶୁକ୍ରବାର ଦିନ ଅଭିଯୁକ୍ତ ନୁହେଁ, ସାକ୍ଷୀ ଭାବରେ ଡକାଯାଇଥିଲା କିନ୍ତୁ ସେ ସେମାନଙ୍କ ସମ୍ମୁଖରେ ହାଜର ହେବାରେ ବିଫଳ ହୋଇଥିଲେ। ପରେ ଟେନି କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କ ପୁଅ ପୋଲିସକୁ ରିପୋର୍ଟ କରିବାରେ ଅସମର୍ଥ। ଏହା ପରେ ୟୁପି ପୋଲିସ ମନ୍ତ୍ରୀଙ୍କ ବାସଭବନ ବାହାରେ ଏକ ନୂତନ ନୋଟିସ ଲଗାଇ ତାଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଅକ୍ଟୋବର ୯ ରେ ପଚରାଉଚରା ପାଇଁ ହାଜର ହେବାକୁ କହିଥିଲେ।
ରବିବାର ଦିନ ୟୁପି ଡେପୁଟି ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତକୁ ବିରୋଧ କରି କୃଷକମାନେ ଏକ ଗଣ ଆନ୍ଦୋଳନ କରିଥିଲେ। ଏହି ଗସ୍ତରେ ଏକ ଗାଡି କୃଷକମାନଙ୍କ ଉପରେ ଚଢ଼ିଯାଇଥିଲା ଯେଉଁଥିରେ ଆଠଜଣ ଲୋକ ଙ୍କର ଜୀବନ ଯାଇଥିଲା। ଯେଉଁ ଗାଡି ଏହି ଘଟଣା ଟି ଘଟିଥିଲା ସେହି ଗାଡିକୁ ଆଶିଷ ମିଶ୍ର ଚଳାଉଥିବାର ସୂଚନା ମିଳିବା ପରେ ତାଙ୍କ ନାମରେ ପ୍ରଥମ ସୂଚନା ରିପୋର୍ଟ (ଏଫଆଇଆର) ନାମିତ କରାଯାଇଥିଲା।