ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଯୁକ୍ତ ତିନି ସ୍ପଟ୍ ନାମଲେଖା ଲାଗି ୯ତାରିଖ ଶନିବାରରୁ ୧୭ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ । ପୂର୍ବରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କୁ ହିଁ କେବଳ ସ୍ପଟ୍ ନାମଲେଖାରେ ସୁଯୋଗ ଦିଆଯିବ । ଛାତ୍ରଛାତ୍ରୀ ଅକ୍ଟୋବର ୨୧ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସେମାନଙ୍କ ଆବେଦନ କପି କଲେଜ ସ୍ତରରେ ଦାଖଲ କରିବେ । ୨୩ ତାରିଖରେ କଲେଜର ଇସ୍ପେସ୍ରେ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପିଲାଙ୍କ ତାଲିକା ପ୍ରକାଶ ପାଇବ । ୨୪ରୁ ୨୭ ତାରିଖମଧ୍ୟରେ ଛାତ୍ରଛାତ୍ରୀଙ୍କୁ କଲେଜରେ ଫି ‘ ଦାଖଲ କରିବାକୁ ପଡ଼ିବ । ସେହିପରି ଅକ୍ଟୋବର୨୭ ଏବଂ ୨୮ ତାରିଖରେ ଛାତ୍ରଛାତ୍ରୀଙ୍କ କାଗଜପତ୍ର ( ଡକ୍ୟୁମେଣ୍ଟ ) ଯାଞ୍ଚ କରାଯିବ । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ୨୭ରୁ ୩୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ କହିଛି । ସୂଚନାଯୋଗ୍ୟ ଯେ ସ୍ଵଟ୍ ନାମଲେଖା ପାଇଁ ରାଜ୍ୟରେ ୧ଲକ୍ଷ ୩ହଜାରରୁ ଅଧିକ ସିଟ ଖାଲି ପଡ଼ିଛି । ଶନିବାର କଲେଜ କର୍ତ୍ତୃପକ୍ଷ ଖାଲି ଥିବା ସିଟ୍ ନେଇ ଚୁଡ଼ାନ୍ତ ତାଲିକା ସାମ୍ପ ୱେବ୍ ସାଇଟ୍ ଓ କଲେଜର ଇ – ସ୍ପେସ୍ରେ ଅପଲୋଡ କରିବେ ।