ସନଷ୍ଟାର ଟିଭି ବ୍ୟୁରୋ
ଓସଲୋ: ନିଜ ଦେଶରେ ଅଭିବ୍ୟକ୍ତିର ସ୍ୱାଧୀନତା ସଂଗ୍ରାମ ପାଇଁ ଫିଲିପାଇନ୍ସର ସାମ୍ବାଦିକ ମାରିଆ ରେସା ଏବଂ ୠଷର ଡିମିଟ୍ରି ମୁରାଟୋଭଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି।
ନରୱେ ନୋବେଲ କମିଟିର ସଭାପତି ବରିଟ୍ ରିସ୍-ଆଣ୍ଡର୍ସେନ୍ କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ବାଧୀନତା ରକ୍ଷା ପାଇଁ ଉଦ୍ୟମ କରିଥିବାରୁ ଏହି ସାମ୍ବାଦିକ ଯୋଡିଙ୍କୁ ସମ୍ମାନିତ କରାଯାଇଛି। ସାମ୍ବାଦିକ ପ୍ରତିନିଧୀ ମାନେ ଗଣତନ୍ତ୍ର ଏବଂ ଗଣମାଧ୍ୟମର ସ୍ୱାଧୀନତା ପ୍ରତିଦିନ ବିଭନ୍ନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛି।